ସୁପ୍ରିମକୋର୍ଟ ନିୟମରେ ପରିବର୍ତ୍ତନ, ଏବେ ଶନିବାର ମଧ୍ୟ ଖୋଲା ରହିବ ରେଜିଷ୍ଟ୍ରି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ରାଷ୍ଟ୍ରପତିଙ୍କ ମଞ୍ଜୁରୀରେ କରାଯାଇଛି। ଏହି ସଂଶୋଧନ ପରେ ଏବେ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଓ କାର୍ଯ୍ୟାଳୟ ଶନିବାର ମଧ୍ୟ ଖୋଲା ରହିବ। ପୂର୍ବରୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରି କାର୍ଯ୍ୟାଳୟ ଶନିବାର ବନ୍ଦ ରହୁଥିଲା। ହେଲେ ଏବେ ସଂଶୋଧନ ପରେ ଶନିବାର ସକାଳ ୧୦ରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ରେଜିଷ୍ଟ୍ରି କାର୍ଯ୍ୟାଳୟ ଖୋଲା ରହିବ। 

ଏଥି ପାଇଁ ସୁପ୍ରିମକୋର୍ଟ ଏକ ନୋଟିସ୍ ମଧ୍ୟ ଜାରି କରିଛନ୍ତି। ଏହି ନୋଟିସ୍ ରେ ସୁପ୍ରିମକୋର୍ଟଙ୍କ ସଂଶୋଧନ ସମ୍ପର୍କରେ ସୂଚନା ଦିଆଯାଇଛି। ନୋଟିସ୍ ଅନୁସାରେ ସମ୍ବିଧାନର ଅନୁଚ୍ଛେଦ ୧୪୫ ଅନୁସାରେ ସୁପ୍ରିମକୋର୍ଟ ଦ୍ୱାରା ରାଷ୍ଟ୍ରପତିଙ୍କ ମଞ୍ଜୁରୀରେ ସୁପ୍ରିମକୋର୍ଟ ରୁଲସ୍ ୨୦୧୩ ଅର୍ଡର ୨ର ନିୟମ ୧,୨ଓ ୩ରେ ସଂଶୋଧନ କରାଯାଇଛି। ଏହି ସଂଶୋଧନ ପରେ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଓ କାର୍ଯ୍ୟାଳୟ ଶନିବାର ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ। 

ଏହି ପରିବର୍ତ୍ତନ ଆଗାମୀ ମାସରୁ ଲାଗୁ ହେବ। ଅର୍ଥାତ ୧୪ ଜୁଲାଇ ୨୦୨୫ରୁ କାର୍ଯ୍ୟକାରୀ ହେବ। ଏ ନେଇ ଅଧିସୂଚନା ମଧ୍ୟ ଜାରି ହୋଇଛି। ଏହି ସଂଶୋଧନର ଅଧିସୂଚନା ଇଣ୍ଡିଆନ ଗେଜେଟର ୧୪ ଜୁନ ୨୦୨୫ ସଂସ୍କରଣରେ  ପ୍ରକାଶ କରାଯାଇଛି। ଏହି ଅଧିସୂଚନା ଦେଖିବା ପାଇଁ ସୁପ୍ରିମକୋର୍ଟ ୱେବସାଇଟ୍ କୁ ଯାଇ ଦେଖି ପାରିବେ।   

Leave a Reply

Your email address will not be published. Required fields are marked *