Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବୁଖାରିକୁ କୋର୍ଟରେ ହାଜର କରାଇଲା ଏସ୍‌ଟିଏଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବୁଖାରିକୁ କୋର୍ଟରେ ହାଜର କରାଇଲା ଏସ୍‌ଟିଏଫ

 ଧର୍ମଶାଳା: ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପୂର୍ବରୁ 23 ତାରିଖ ସନ୍ଧ୍ୟା ୫ଟା ସମୟରେ ଏସଟିଏଫ ଟିମ୍ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ସୟଦ ଇଶାନ ବୁଖାରିକୁ ଚଣ୍ଡିଖୋଲ ଜେଏମଏଫସି କୋର୍ଟରେ ହାଜର କରିଥିଲା । ସେଠାରୁ ପୁଣି ତାକୁ ରଗଡି ସବ୍‌ଜେଲକୁ ପଠାଇ ଦିଆଯାଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁରରୁ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ସୟଦ ଇଶାନ ବୁଖାରିକୁ ଗିରଫ କରିଥିଲା ଏସଟିଏଫ । ଆତଙ୍କୀ ଲିଙ୍କ୍ ରେ ତାକୁ ଗିରଫ କରାଯାଇ ରିମାଣ୍ଡରେ ନେବା ପରେ ବହୁ ତଥ୍ୟ ହାସଲ କରିଛି ତଦନ୍ତକାରୀ ସଂସ୍ଥା । ଏଠାରେ ଉଲ୍ଲେଖଯୋଗ୍ୟ, କୋର୍ଟ ୧୯ ତାରିଖରୁ ୨୪ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ରିମାଣ୍ଡ ପାଇଁ ଏସଟିଏଫକୁ ଅନୁମତି ପ୍ରଦାନ କରିଥିଲେ ।

Leave a Reply