ବଜରଙ୍ଗ ଦଳ ବ୍ୟାନ ବିରୋଧରେ ହନୁମାନ ଚାଳିଶା ପାଠ


ଜଟଣୀ : କର୍ଣ୍ଣାଟକ ଜାତୀୟ କଂଗ୍ରେସ ଇସ୍ତାହାରରେ ବଜରଙ୍ଗ ଦଳ ବ୍ୟାନ୍ ବିରୁଦ୍ଧରେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ଅଭିନବ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ଅଖିଳ ଭାରତୀୟ ନିଷ୍ପତି ଅନୁସାରେ ସାରା ଭାରତରେ ବଜରଙ୍ଗ ଦଳ ତରଫରୁ ସାମୂହିକ ହନୁମାନ ·ଳିଶା ପାଠ ନିଷ୍ପତି ନିଆଯାଇଥିଲା । କର୍ଣ୍ଣାଟକ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ସଂଖ୍ୟା ଲଘୁ ସଂପ୍ରଦାୟକୁ ତୁଷ୍ଟିକରଣ ନୀତି ଆପଣେଇବାକୁ ଯାଇ ଜାତୀୟ କଂଗ୍ରେସ ସଭାପତି ଖଡଗେ ନିର୍ବାଚନୀ ଇସ୍ତାହାରରେ ବଜରଙ୍ଗ ଦଳକୁ ବ୍ୟାନ କରିବା ପାଇଁ ଘୋଷଣା କରିଥିଲେ । ଏହି ହୀନ ଘୋଷଣା ପ୍ରତିବାଦରେ ଜଟଣୀ ପ୍ରଖଣ୍ଡରେ ବିଶ୍ୱ ହିନ୍ଦୁ ପରିଷଦ ଖୋର୍ଦ୍ଧା ଜିଲ୍ଲା ତରଫରୁ ବଡତୋଟା ପଂଚ ମୁଖି ହନୁମାନ ମନ୍ଦିର ପ୍ରାଙ୍ଗଣରେ ୫୦ରୁ ଊଦ୍ଧ୍ୱର୍ ବଜରଙ୍ଗ କାର୍ଯ୍ୟକର୍ତାଙ୍କୁ ନେଇ ବଜରଙ୍ଗ ଦଳ ଜିଲ୍ଲା ସହ ସଂଯୋଜକ ଅଜିତ ସିଂହଙ୍କ ତତ୍ୱାବଧାନରେ ସାମୂହିକ ହନୁମାନ ·ଳିଶା ପାଠ କରାଯାଇଥିଲା । ଜିଲ୍ଲା ଉପସଭାପତି ନରେନ୍ଦ୍ର କୁମାର ସାହୁ ଓ ସମ୍ପାଦକ ପ୍ରଦୀପ କୁମାର ସ୍ୱାଇଁ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *