ସାମୂହିକ ହନୁମାନ ଚାଳିଣା ପାଠ କାର୍ଯ୍ୟକ୍ରମ ‘କୁମତି ନିବାର ସୁମତିକେ ସଙ୍ଗି’ ଅନୁଷ୍ଠିତ

ପୁରୀ : କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସ ତରଫରୁ ପ୍ରକାଶିତ ନିର୍ବାଚନ ଇସ୍ତାହାରରେ ଆତଙ୍କବାଦୀ କାର୍ଯ୍ୟକଳାପ ପରେ ସଂପୃକ୍ତ ରାଷ୍ଟ୍ର ବିରୋଧୀ ପିଏଫ୍ଆଇ ସଂଗଠନ ସହ ହିନ୍ଦୁ ସଂଗଠନ ବଜରଙ୍ଗ ଦଳକୁ ତୁଳନା ତଥା କ୍ଷମତାକୁ ଆସିଲେ ବଜରଙ୍ଗ ଦଳ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ କରାଯାଇଥିବା ଘୋଷଣାର ପ୍ରତିବାଦ ସ୍ୱରୂପ ବଜରଙ୍ଗ ଦଳ ତରଫରୁ ଦେଶବ୍ୟାପି ସାମୂହିକ ହନୁମାନ ଚାଳିଣା ପାଠ କାର୍ଯ୍ୟକ୍ରମ ‘କୁମତି ନିବାର ସୁମତିକେ ସଙ୍ଗି’ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବଜରଙ୍ଗ ଦଳର ପୁରୀ ସଙ୍ଗଠନ ପକ୍ଷରୁ ନୀଳାଦ୍ରି ବିଚ୍ ପାର୍କରେ ଆୟୋଜିତ ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମରେ ପରିଷଦର ଜିଲ୍ଲା ସଂପାଦକ ରାଜେନ୍ଦ୍ର ପ୍ରସାଦ ମହାନ୍ତି, ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ଶାନ୍ତନୁ ପାଣ୍ଡେ, ସହ ସଂଯୋଜକ ଅଭିଷେକ ମେକାପ, ଦିଲ୍ଳୀପ ବୈଶାଖ, ନଗର ସଂପାଦକ ସନ୍ତୋଷ କୁମାର ଖୁଣ୍ଟିଆ, ସୋମନାଥ ମହାପାତ୍ର, ଅନୀଲ ମିଶ୍ର, ସର୍ବେଶ୍ୱର ବିଶୋଇ, ଜ୍ଞାନରଂଜନ ମହାନ୍ତିଙ୍କ ସମେତ ବଜରଙ୍ଗୀ ଦଳର ବହୁ କର୍ମକର୍ମା ଉପସ୍ଥିତ ଥିଲେ । ପରିଷଦ ସଂପାଦକ ଶ୍ରୀ ମହାନ୍ତି କଂଗ୍ରେସକୁ ତୀବ୍ର ସମାଲୋଚନା କରିବା ସହ ହିନ୍ଦୁ ବିରୋଧୀ ପିଏଫ୍ଆଇର ବି ଟିମ୍ ବୋଲି ଅଭିହିତ କରିଥିଲେ ।

Leave a Reply

Your email address will not be published. Required fields are marked *