Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହଙ୍ଗା ମାଡ଼ରେ ପାକିସ୍ତାନ ବେହାଲ; ପେଟ୍ରୋଲ ଲିଟର ୨୭୨ ଟଙ୍କା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହଙ୍ଗା ମାଡ଼ରେ ପାକିସ୍ତାନ ବେହାଲ; ପେଟ୍ରୋଲ ଲିଟର ୨୭୨ ଟଙ୍କା

କରାଚୀ: ଗୁରୁତର ଆର୍ଥôକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଜଟିଳ ପରିସ୍ଥିତିରୁ ମୁକୁଳିବା ପାଇଁ ବାଟ ଖୋଜୁଛି । ରାଜକୋଷ ବୃଦ୍ଧି ପାଇଁ ପାକିସ୍ତାନ ସରକାର ଜନତାଙ୍କ ପରେ ଆର୍ଥôକ ବୋଝ ଲଦିଛନ୍ତି । ଏହିପରିପ୍ରେକ୍ଷୀରେ ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛନ୍ତି । ବୁଧବାର ମଧ୍ୟରାତ୍ରରୁ ପେଟ୍ରୋଲ୍ ଲିଟର୍ପିଛା ୨୭୨ ଟଙ୍କା ଓ ଡିଜେଲ୍ ଲିଟର୍ପିଛା ୨୮୦ ଟଙ୍କାରେ ବିକ୍ରୟ ହେଉଛି । ପାକିସ୍ତାନ ନ୍ୟାସ୍ନାଲ୍ ଆସେମ୍ପ୍ଲିରେ ଶେହବାଜ୍ ସରିଫ୍ ସରକାର ସପ୍ଲିମେଣ୍ଟାରି ଆର୍ଥôକ ବିଲ୍ (ମିନି ବଜେଟ୍) ଉପସ୍ଥାପନ କରିବାର ଅଳ୍ପ ସମୟ ପରେ ଇନ୍ଧନ ମୂଲ୍ୟ ବୃଦ୍ଧି ଘୋଷଣା କରାଯାଇଛି । ଇଣ୍ଟର୍ନ୍ୟାସ୍ନାଲ୍ ମନିଟାରି ଫଣ୍ଡକୁ ସନ୍ତୁଷ୍ଟ କରିବା ଲାଗି ପାକିସ୍ତାନ ସରକାର ଇନ୍ଧନ ଦର ବୃଦ୍ଧି କରିଥିବା କଥା ଜିଓ ନିଉଜ୍ ରିପୋର୍ଟ କରିଛି । ସେହିପରି ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ଦୁର୍ବଳ ହେବାରେ ଲାଗିଛି । ତେଣୁ ଖାଲି ହୋଇ ଯାଉଥିବା ରାଜକୋଷ ବୃଦ୍ଧି ପାଇଁ ପାକିସ୍ତାନ ତୈଳ ଦର ବୃଦ୍ଧି କରିଛି । ବିଗତ କିଛି ମାସ ହେଲାଣି ପାକିସ୍ତାନ ଅର୍ଥନୀତି ଘୋର ସଙ୍କଟ ଦେଇ ଗତି କରୁଛି । ସେଠାରେ ଘନ ଘନ ବିଦ୍ୟୁତ କାଟ ହେଉଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ୧୯୭୧ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଏଭଳି ଦୁର୍ଦ୍ଦିନ ଦେଇ ଗତି କରୁଛି । ଖାଦ୍ୟ ସାମଗ୍ରୀ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବହୁତ ବଢ଼ିଯାଇଥିବାରୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧା ସାମ୍ନା କରୁଛନ୍ତି । ଇନ୍ଧନ ଦର ବୃଦ୍ଧି ସଂକ୍ରାନ୍ତରେ ଜାରି ଫାଇନାନ୍ସ ଡିଭିଜନ୍ ଜାରି କରିଥିବା ପ୍ରେସ୍ ରିଲିଜ୍ରେ ଉଲ୍ଳେଖ ଅଛି ଯେ, ଡଲାର୍ ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବାରୁ ଏଭଳି ଦର ବୃଦ୍ଧି ଘଟିଛି । ପେଟ୍ରୋଲ୍ ଓ ଡିଜେଲ୍ ପରି ଅନ୍ୟାନ୍ୟ ଇନ୍ଧନ ଦର ବି ବୃଦ୍ଧି ପାଇଛି ।

Leave a Reply