ଜିଲ୍ଲା ଲକ୍ଷ୍ମୀପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଆଜି ୨୪ ତମ ବାର୍ଷିକ ଉସ୍ଛବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ଭି.ନାଗା ରାଜୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶସ୍ମିତା ମେଲେକା, ମୁଖ୍ୟ ବକ୍ତା ଭାବେ ଜୟପୁର ମହିଳା ମହା ବିଦ୍ୟାଳୟର ଡ.ମନରଞ୍ଜନ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ସୁଆଇ କୁଲେସିକା, ବିଡିଓ ପ୍ରୀତିରଞ୍ଜନ ରଥ, ପୁର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା, ବିଦ୍ୟାମନ୍ଦିରର ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟା ବିଜୟଲକ୍ଷ୍ମୀ ମିଶ୍ର ଯୋଗ ଦେଇଥିଲେ । ମା’ବାଗଦେବିଙ୍କ ଆଗରେ ପୁଜାର୍ଚ୍ଚନା କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗିତ ପରିବେଷଣ ହୋଇଥିବା ବେଳେ ସମ୍ପାଦକ ଏକଲବ୍ୟ ଚୌଧରି ବାର୍ଷିକ ବିବରଣି ପାଠ କରିଥିଲେ । ପରେ ମଞ୍ଚାସୀନ ଅତିଥିମାନଙ୍କୁ ଫୁଲ ତୋଡା ସହ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା । ମଞ୍ଚାସିନ ଅତିଥିମାନଙ୍କ ଦ୍ୱାରା ଭାଷଣ ପରିବେଶଣ କୋରାନା ମହାମାରୀ ଯୋଗୁଁ ଦୁଇ ବର୍ଷ ବାର୍ଷିକ ଉତ୍ସବ ପାଳନ ହୋଇ ପାରିନ ଥିଲା । କିନ୍ତୁ ଚଳିତ ବର୍ଷ ଏହା ପାଳନ କରାଯାଇଛି । ଏହି ବାର୍ଷିକ ଉତ୍ସବରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୬୦ ଜଣ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ନାଚ ଯଥା ଓଡିଶୀ, ଦେଶଭକ୍ତି, ସମ୍ବଲପୁରୀ, ଢେମସା ପ୍ରଦର୍ଶନ କରିଥିଲେ । ନବୋଦୟ, ସରକାରୀ ବୃତ୍ତି, ପଠାଣି ସାମନ୍ତ ମେଧା ବୃତ୍ତିରେ କୃତିତ୍ୱ ଅର୍ଜନ କରିଥିବା ତିନି ବର୍ଷର ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି ବାର୍ଷିକ ଉତ୍ସବ ପାଳନରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା, ମାଉସୀ, ପରିଚାଳନା ସମିତିର ସମସ୍ତ ସଦସ୍ୟ, ଅଭିଭାବକ ଓ ଶୁଭେଚ୍ଛୁ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *