Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆତଙ୍କବାଦ ଏବଂ ନକ୍ସଲବାଦକୁ ନିପାତ କରିବା ପାଇଁ ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆତଙ୍କବାଦ ଏବଂ ନକ୍ସଲବାଦକୁ ନିପାତ କରିବା ପାଇଁ ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର


ନୂଆଦିଲ୍ଲୀ : ଆତଙ୍କବାଦ ଏବଂ ନକ୍ସଲବାଦକୁ ନିପାତ କରିବା ପାଇଁ ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଏପରିକି ଆତଙ୍କାବାଦୀଙ୍କୁ ସହଯୋଗ କରୁଥିବା ଲୋକଙ୍କ ବିରୋଧରେ କଡା ପଦକ୍ଷେପ ନେବା ପାଇଁ ମଧ୍ୟ କେନ୍ଦ୍ର ସରକାର କଡା ଆଇନ୍ ଆଣିଛନ୍ତି । ଆତଙ୍କବାଦୀରେ ସାମିଲ ହେଉଥିବା ଲୋକ କିମ୍ବା ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଲୋକଙ୍କୁ ତାଙ୍କ ସମ୍ପତିରୁ ବେଦଖଲ କରିବା ପାଇଁ କେନ୍ଦ୍ର ସରକାର ବଡ ନିୟମ ଆଣିଛନ୍ତି । ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଆତଙ୍କବାଦୀଙ୍କୁ ସମର୍ଥନ କରିବା ପାଇଁ ଜମ୍ମୁ-କାଶ୍ମୀରରେ ଲୋକ ନିଜର ଜମିବାଡି ବିକ୍ରି କରିଦେଉଛନ୍ତି । ଜମିବାଡି ବିକ୍ରି କରି ଯେଉଁ ଟଙ୍କା ମିଳୁଛି, ସେଥିରେ ଆତଙ୍କବାଦୀଙ୍କୁ ସହଯୋଗ କରାଯାଉଛି । ଗୃହ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜମ୍ମୁ-କାଶ୍ମୀରରେ ୪ହଜାରରୁ ଅଧିକ ଲୋକ ଜମ୍ମୁ-କାଶ୍ମୀରରୁ ନିଜର ସମସ୍ତ ଜମିବାଡି ବିକ୍ରି କରି ପିଓକେର ବାସିନ୍ଦା ହୋଇଯାଇଛନ୍ତି । ସମ୍ପତିକୁ ବିକ୍ରି କରି ଅର୍ଜିତ କରିଥିବା ଧନରେ ଆତଙ୍କବାଦୀଙ୍କୁ ସହାୟତା କରାଯାଉଛି । ତେବେ କେନ୍ଦ୍ର ସରକାର ଏହାକୁ ରୋକିବା ପାଇଁ ଏବଂ ଆତଙ୍କବାଦକୁ ସାବାଡ କରିବା ପାଇଁ ଭୁ-ରାଜସ୍ୱ ଅଧିକାରୀଙ୍କୁ ସମସ୍ତ ସମ୍ପତିର ରେକର୍ଡ ରଖିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଜମିର ଅସଲି ମାଲିକ ସେହି ସ୍ଥାନରେ ରହୁନଥିଲେ କିମ୍ବା କୌଣସି ·ଷବାସ କରୁନଥିଲେ ୭ବର୍ଷ ମଧ୍ୟରେ ଜମି ମାଲିକଙ୍କୁ ମୃତ ଘୋଷଣା କରି ଜମିକୁ ସରକାରଙ୍କ ଅଧିନକୁ ନିଆଯିବ ବୋଲି ନୂଆ ଆଇନରେ କୁହାଯାଇଛି ।

Leave a Reply