ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଜିଲ୍ଲା ସମ୍ମିଳନୀ


ଭବାନୀପାଟଣା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ ମା’ ମାଣିକେଶ୍ୱରୀ କଳାହାଣ୍ଡି ଶାଖାର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଜିଲ୍ଲା ସଭାପତି ଜଗଦୀଶ୍ୱର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ବୃନ୍ଦାବତୀ ବିହାରଠାରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବରେ ପରିଷଦର ଆଜୀବନ ସଦସ୍ୟ ରାମଚନ୍ଦ୍ର ପଟେଲ, ମୁଖ୍ୟବକ୍ତା ଭାବରେ ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ରାମକୃଷ୍ଣ ତ୍ରିପାଠୀ, ସମ୍ମାନିତ ଅତିଥି କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ନାରାୟଣ ନାୟକ ଯୋଗଦେଇ ଥିଲେ । ଜିଲ୍ଲା ସଂଯୋଜକ ମନୋଜ କୁମାର ନାୟକ ପରିଚୟ ପ୍ରଦାନ ଓ ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ । ସ୍ୱର୍ଣ୍ଣକାନ୍ତି ବୈକାର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପାଧ୍ୟକ୍ଷା ମୀନାକୁମାରୀ ମୁଣ୍ଡ, ଧବଳେଶ୍ୱର ପାତ୍ର, ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ହେମନ୍ତ କୁମାର ମୁଣ୍ଡ, ସଦସ୍ୟ ଭୁବନେଶ୍ୱର ପୁରୋହିତ, ସବିତା ଶତପଥୀ, ଆନନ୍ଦିନୀ ପାତ୍ର, ପ୍ରତାପ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *