ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪ର୍ଥ ବାର୍ଷିକ ଉତ୍ସବ ପାଳନ


ଦାରିଙ୍ଗବାଡି: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪ର୍ଥ ବାର୍ଷିକ ଉତ୍ସବ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର କାର୍ଯ୍ୟକାରୀ ସଭାପତି ଚିତ୍ରସେନ ପାତ୍ର ସଭାପତିତ୍ୱ କରିଥିବା ବେଳେ, ମୂଖ୍ୟ ଅତିଥି ଭାବେ ବ୍ରାହ୍ମଣୀଗାଁ ଥାନା ଉପ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି, ମୂଖ୍ୟ ବକ୍ତା ଭାବେ ଶିକ୍ଷା ବିଭାଗ ବ୍ରାହ୍ମଣୀଗାଁ କ୍ଲଷ୍ଟର ସିଆରସି ସନ୍ତୋଷ ମଲିକ ଓ ସମ୍ମାନିତ ଅତିଥିଭାବେ ଗଦାପୁର ଗ୍ରାମ ପଂଚାୟତ ସରପଞ୍ଚ କୁମାରୀ ମଲିକ ଯୋଗ ଦେଇଥିଲେ । ବିଦ୍ୟାଳୟର ସମସ୍ତ ଗୁରୁମାଙ୍କ ମିଳିତ ସହଯୋଗରେ ସ୍ୱାଗତ ସଙ୍ଗୀତ ଗାନ କରା ଯାଇଥିବା ବେଳେ ଶିଶୁ ୍ୱିଦ୍ୟା ମନ୍ଦିର ପ୍ରଧାନ ଗୁରୁମା ଲଷ୍ମୀ ବଡ଼କୁମାର ବାର୍ଷିକ ବିବରଣୀ ପଠନ କରିବା ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହିତ ଉତ୍ତମ ନାଗରିକ ସାଜି, ନିଜ ସ୍କୁଲ ତଥା ଦେଶର ଗୌରବ ଅର୍ଜନ କରିବାକୁ ପରାମର୍ଶ ଦେଇଥିଲେ । ଏହା ସହିତ ଅଭିଭାବକ ମହଲରୁ ପୂର୍ଣ୍ଣ ଚନ୍ଦ୍ର ବସ୍ତିରାୟ ଭାଷଣ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କ ସହିତ ଅଭିଭାବ ସମୂହଙ୍କୁ ଉତ୍ସାଇତ କରିଥିଲେ । ନାଚ ଗୀତ ଖେଳ କୂଦ ଭଳି ବିଭିନ୍ନ ବିଭାଗରେ କୃତି ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ସମୂହ ମାନ ପତ୍ର ଦେଇ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର କୁନି ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । କୁନି ଛାତ୍ରଛାତ୍ରୀଙ୍କ ରଙ୍ଗାରଙ୍ଗ କାର୍ଯ୍ୟ କ୍ରମରେ ବାର୍ଷିକ ଉତ୍ସବ, ଉତ୍ସବ ମୁଖର ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ଯୁବ ସ୍ୱେଛାସେବୀ ସହଯୋଗ କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସ୍ୱ ପାଳନକୁ ଅଞ୍ଚଳର ସବୁ ମହଲରେ ପ୍ରସଂଶା କରିଥିବା ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *