Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ନୌସେନାକୁ ବଡ଼ ସଫଳତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ନୌସେନାକୁ ବଡ଼ ସଫଳତା

ନୂଆଦିଲ୍ଲୀ: ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ । ଆତ୍ମନିର୍ଭର ଭାରତ ଦିଗରେ ଭାରତକୁ ବଡ଼ ସଫଳତା । ସୋମବାର ନୌସେନାର ପାଇଲଟ୍ ଆଇଏନଏସ ବିକ୍ରାନ୍ତରେ ହାଲୁକା ଲଢ଼ୁଆ ବିମାନ ଏଲସିଏ (ନୌସେନା)ର ସଫଳ ଭାବରେ ଅବତରଣ କରିଛନ୍ତି । ଆଉ ଏହି ସଫଳତା ସ୍ୱଦେଶୀ ଲଢ଼ୁଆ ବିମାନ ସହ ସ୍ୱଦେଶୀ ବିମାନ ବାହକକୁ ଡିଜାଇନ୍, ବିକଶିତ, ନିର୍ମାଣ କରିବାରେ ଭାରତର କ୍ଷମତାକୁ ଦର୍ଶାଇଛି । ସୂଚନାଥାଉ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଥମ ସ୍ୱଦେଶୀ ନିର୍ମିତ ଏୟାରକ୍ରାଫ୍ଟ କ୍ୟାରିୟର (ଆଇଏଏସି)କୁ ୨ ସେପ୍ଟେମ୍ବରରେ ନୌସେନାରେ ସାମିଲ କରିଥିଲେ । ସାମୁଦ୍ରିକ ପରୀକ୍ଷଣର ଚତୁର୍ଥ ଏବଂ ଶେଷ ପର୍ଯ୍ୟାୟକୁ ସଫଳତାପୂର୍ବକ ଶେଷ କରିବା ପରେ ଭାରତୀୟ ନୌସେନା ୨୮ ଜୁଲାଇରେ ସିଏସଏଲ ସହ ଏହି ଏୟାରକ୍ରାଫ୍ଟ କ୍ୟାରିୟରକୁ ହାସଲ କରିଥିଲା । ଏୟାରକ୍ରାଫ୍ଟ କ୍ୟାରିୟର (ବିମାନ ବାହକ ଯୁଦ୍ଧ ଜାହଜ) ପାଇଁ ଯୁଦ୍ଧ ବିମାନ ଅଣାଯାଇଛି । ଏହି ମିଗ୍୨୯ ର ଲଢ଼ୁଆ ବିମାନ, କାମୋଭ-୩୧ ହେଲିକପ୍ଟର ଏବଂ ଏମଏଚ-୬୦ ଆର ହେଲିକପ୍ଟରର ସଞ୍ଚାଳନ କରିବାକ ପାଇଁ ପ୍ରସ୍ତୁତ । ବିକ୍ରାନ୍ତ ଆସିବା ସହ ଭାରତ ସେହି ନିର୍ଦ୍ଦିଷ୍ଟ ଦେଶ ସମୂହରେ ସାମିଲ୍ ହୋଇଛି ଯାହାଙ୍କ ପାଖରେ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟରକୁ ଡିଜାଇନ କରିବା ସହ ଏହାର ନିର୍ମାଣ କ୍ଷମତା ରହିଛି । ଭାରତୀୟ ନୌସେନାର ଶାଶ ନବଲ ଡିଜାଇନ ନିଦେ୍ର୍ଦଶାଳୟ (ଡିଏନଡି) ଦ୍ୱାରା ଡିଜାଇନ କରାଯାଇଥିଲା ଏହି ଏୟାରକ୍ରାଫ୍ଟ କ୍ୟାରିୟରର ନିର୍ମାଣ ସିଏଲଏଲ କରିଛି ।

Leave a Reply