ଅଖିଳ ଭାରତୀୟ ସାହିତ୍ୟ ପରିଷଦର ବାର୍ଷିକ ଯୋଜନା ବୈଠକ

ବଲାଙ୍ଗୀର: ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାର ସ୍ଥାନୀୟ ମାଲପଡା ଶ୍ରୀରାମ ମନ୍ଦିର ପରିସରରେ ଏକ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାମ ଚନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସଂଗଠନ ସମ୍ପାଦକ ନାରାୟଣ ନାୟକ ସଂଗଠନର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ସମ୍ପର୍କରେ ସମ୍ୟକ୍ ଧାରଣା ଦେଇଥିଲେ । ରାଜ୍ୟ ସଦସ୍ୟ ରାମ କୃଷ୍ଣ ତ୍ରିପାଠୀ ସଂଗଠନର ବିକାଶ ସହିତ ସମାଜ ଚାହୁଁଥିବା ପ୍ରକୃତ ସାହିତ୍ୟ ସୃଷ୍ଟି ପାଇଁ ମତବ୍ୟକ୍ତ କରିଥିଲେ । ଓଡ଼ିଶା ରାଜ୍ୟ ପ୍ରତିଷ୍ଠାତା ସମ୍ପାଦକ କବି ନବକିଶୋର ବେହେରା ଅବିଭକ୍ତ ବଲାଙ୍ଗିର ଜିଲ୍ଲାର ଇତିହାସ ସଂଗ୍ରହ କରି ଏକ ଗ୍ରନ୍ଥର ରୂପ ଦେବାକୁ ପ୍ରସ୍ତାବ ଦେଇଥିବା ବେଳେ ରାମ ଚନ୍ଦ୍ର ପଟେଲଙ୍କ ସମର୍ଥନକୁ ସମସ୍ତ ସଦସ୍ୟ କର ତାଳି ଦେଇ ଅଭିନନ୍ଦନ ଜଣାଇଥିଲେ । ଏହି ବୈଠକରେ ବରିଷ୍ଠ ସଦସ୍ୟ ଧର୍ମବ୍ରତ ରଥ, ଦିବାକର ହୋତା, ନିରୁପମା ଶତପଥୀ ଏବଂ ସଚ୍ଚିଦାନନ୍ଦ ଶତପଥୀ ଉପସ୍ଥିତ ଥିଲେ । ପରିଶେଷରେ ବରିଷ୍ଠ ସଭ୍ୟ ପ୍ରଫେସର ତରୁଣ କୁମାର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *