Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମଚରିତମାନସ ବିଷୟରେ ଆପତ୍ତିଜନକ ମନ୍ତବ୍ୟ, ସ୍ୱୀମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ମାମଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମଚରିତମାନସ ବିଷୟରେ ଆପତ୍ତିଜନକ ମନ୍ତବ୍ୟ, ସ୍ୱୀମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ହିନ୍ଦୁ ଧାର୍ମିକ ପୁସ୍ତକ ରାମଚରିତମାନସ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ସମାଜବାଦୀ ପାର୍ଟି ନେତା ସ୍ୱୀମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଆଉ ଏକ ଅଭିଯୋଗ ପଞ୍ଜିକୃତ ହୋଇଛି । ସନାତନ ଧର୍ମରେ ବିଶ୍ୱାସ କରୁଥିବା ଲୋକଙ୍କ ଧାର୍ମିକ ଭାବନାକୁ ସେ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ମହାଦେବ ସେନାର ସଭାପତି ପଙ୍କଜ ନନ୍ଦଙ୍କ ଦ୍ୱାରା ନୂଆଦିଲ୍ଲୀର ପଶ୍ଚିମ ବିହାର ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଛି । ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଉତ୍ତରପ୍ରଦେଶରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଜଣେ ତୁଙ୍ଗ ଓବିସି ନେତାର ଭାବେ ପରିଚିତ । ୧୬ଶହ ଶତାବ୍ଦୀରେ ସନ୍ଥ ତୁଳସୀ ଦାସଙ୍କ ଦ୍ୱାରା ଲିଖିତ ରାମ ଚରିତ ମାନସରେ ମହିଳା ଏବଂ ଦଳିତଙ୍କୁ ଆକ୍ଷେପ କରାଯାଇଥିବା ଅଭିଯୋଗ କରି ଏହି ବହିକୁ ବ୍ୟାନ କରିବାକୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଦାବି କରିଥିଲେ । ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ରାମଚରିତ ମାନସକୁ ନେଇ ବିବାଦୀୟ ବୟାନ ଦେବା ପରେ, ଏହାକୁ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା । ଏହାପରେ ଏବେ ସମାଜବାଦୀ ପାର୍ଟିର ନେତା ତଥା ଏମଏଲଏସି ସ୍ୱାମୀ ପ୍ରସାଦ ମୌର୍ଯ୍ୟ ମଧ୍ୟ ରାମଚରିତ ମାନସକୁ ନେଇ ବିବାଦୀୟ ବୟାନ ରଖିଛନ୍ତି । ସେ କହିଥିଲେ ଯେ, ସବୁ ଧର୍ମକୁ ସେ ସମ୍ମାନ କରନ୍ତି । ହେଲେ ଧର୍ମ ନାଁରେ ଜାତି ବିଶେଷ ଓ ବର୍ଗ ବିଶେଷକୁ ଅପମାନିତ କରାଯାଉଛି । ଯାହାକୁ ନେଇ ସେ ଆପତ୍ତି ଉଠାଇଥିଲେ । ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଥିଲେ ଯେ, ଆଜି ବି କୋଟି କୋଟି ଲୋକ ରାମଚରିତ ମାନସ ପଢିନାହାଁନ୍ତି ।ଏଥିରେ ସବୁକିଛି ଅଯଥା କଥା ଲେଖାହୋଇଛି । ରାମଚରିତ ମାନସର ରଚୟିତା ତୁଳସୀ ଦାସ ନିଜର ଖୁସି ପାଇଁ ଏହାକୁ ଲେଖିଥିଲେ । ତେଣୁ ସରକାର ରାମଚରିତ ମାନସର ଆପତ୍ତିଜନକ ଅଂଶକୁ ହଟେଇବା ସହ ଏହି ପୁସ୍ତକକୁ ବ୍ୟାନ କରିଦେବା ଉଚିତ୍ ବୋଲି ସେ କହିଥିଲେ । ୟୁପିର ଏହି ନେତାଙ୍କ କହିବା କଥା, ତୁଳସୀ ଦାସଙ୍କ ରାମଚରିତମାନସର କିଛି ଅଂଶ ଏମିତି ଅଛି, ଯାହାକୁ ନେଇ ଆପତ୍ତି ଉଠୁଛି । କୌଣସି ବି ଧର୍ମର ଲୋକ ଅନ୍ୟ ଧର୍ମକକୁ ଗାଳି କରିବାର ଅଧିକାର ନାହିଁ । ତୁଳସୀଦାସଙ୍କ ରାମଚରିତମାନସରେ ସେ ଶୁଦ୍ର ଜାତିକୁ ଅଧ୍ୟମ ଜାତି ହେବାର ସାର୍ଟିଫିକେଟ୍ ଦେଇଛନ୍ତି ବୋଲି ସେ କହିଥିଲେ । ଯାହାକୁ ନେଇ ଏକ ବଡ ବିବାଦ ଠିଆ ହୋଇଛି ।

Leave a Reply