ଚାଇନା ଉପରେ ଡିଜିଟାଲ ସର୍ଜିକାଲ ଷ୍ଟ୍ରାଇକ୍: ୨୩୨ ମୋବାଇଲ ଆପ୍ ବ୍ୟାନ କଲେ ଭାର

ଚାଇନା ଉପରେ ପୁଣି ଥରେ ଭାରତ ଡିଜିଟାଲ ଷ୍ଟ୍ରାଇକ କରିଛି । ଚାଇନା ଲିଙ୍କ ଥିବେ ୨୩୨ ରୁ ଅଧିକ ଆପକୁ ନିଷିଦ୍ଧ କରିଛନ୍ତି କେନ୍ଦ୍ର ସରକାର । ସୁରକ୍ଷା ଦୃଷ୍ଟିକୋଣରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ବ୍ୟାନ୍ କରାଯାଥିବା ଆପ୍ ମଧ୍ୟରେ ୧୩୮ ବେଟିଂ ଆପ ଏବଂ ୯୪ ଋଣ ଆପ ରହିଛି । ଏ ସମ୍ପର୍କରେ ଗୃହ ମନ୍ତ୍ରଣାଳୟରୁ ସୂଚନା ଜାରି କରାଯାଇଛି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଚାଇନିଜ ଲିଙ୍କ ଥିବା ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଛଅ ମାସ ପୂର୍ବରୁ ୨୮୮ ଟି ଚାଇନିଜ ଲୋନ ଆପ ଉପରେ ଗୃହ ମନ୍ତ୍ରଣାଳୟ ନଜର ରଖିଥିଲା । ଗତ ବର୍ଷ ଫେବୃଆରୀ ମାସରେ ଚାଇନାର ୫୪ଟି ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଭାରତୀୟଙ୍କ ଗୋପନୀୟତା ଏବଂ ନିରାପତ୍ତା ପବିପଦ ଥିବା ଦର୍ଶାଇ ଏହିି ବିପଦ ଥିବା ଦର୍ଶାଇ ଏହି ପ୍ରତିବନ୍ଧକ ଲଗାଯାଇଥିଲା । ୫୪ ନିଷିଦ୍ଧ ଆପ ତାଲିକାରେ ଥିବା ଅଧିକାଂଶ ଆପ ଚାଇନାରଜଏଣ୍ଟସଟେନ୍େସଣ୍ଟ, ଆଲିବାବା ଏବଂନେଟ ଏଜ ସହିତ ଜଡିତ ।୨୯ ଜୁନ ୨୦୨୦ରେ ପ୍ରଥମଡିଜିଟାଲ ଷ୍ଟ୍ରାଇକ କରି ଭାରତସରକାରଟିକଟକ, ଶେୟାରଇଟ୍, ୱି ଚାଟ୍, ହେଲୋ, ଲାଇକ, ୟୁସି ନ୍ୟୁଜ, ବିଗୋ ଲାଇଭ, ୟୁସି ବ୍ରାଉଜର, ଇଏସ ଫାଇଲ, ଏକ୍ସପ୍ଲୋରର, ଏବଂ ମି କମ୍ୟୁନିଟି ଭଳି ଲୋକପ୍ରିୟ ଆପ୍ଲିକେସନ ସହିତ ପ୍ରଥମ ରାଉଣ୍ଡରେ ପ୍ରାୟ ୫୯ଟି ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହା ପରେ ଯଥାକ୍ରମେ ୪୭, ୧୧୮ ଏବଂ ୪୩ ଟି ଆପ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା ୬୯-ଏ ଅନୁଯାୟୀ, ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହି ସମସ୍ତ ଆପ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *