Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆସାମ ସରକାର ବାଲ୍ୟ ବିବାହ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆସାମ ସରକାର ବାଲ୍ୟ ବିବାହ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି


ଗୁଆହାଟୀ: ଆସାମ ସରକାର ବାଲ୍ୟ ବିବାହ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ହିମନ୍ତ ସରକାର ଏହି କୁପ୍ରଥା ବିରୋଧରେ ଅଭିଯାନକୁ ଜୋରଦାର କରିଛନ୍ତି । ଫେବୃଆରୀ ୩ ତାରିଖ ଦିନ ଆସାମ ପୋଲିସ ବାଲ୍ୟ ବିବାହ ମାମଲାରେ ୧୮୦୦ ଲୋକଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଟୁଇଟ୍ କରି କହିଛନ୍ତି, ରାଜ୍ୟରେ ବାଲ୍ୟ ବିବାହ ନିଷେଧ ଅଧିନିୟମର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉଛି । ଏପର୍ଯ୍ୟନ୍ତ ୧,୮୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ଶୁକ୍ରବାର ସକାଳେ ଏହି ଅପରେଶନ ଆରମ୍ଭ ହୋଇଥିଲା । ଏହା ଆଗାମୀ କିଛି ଦିନ ଧରି ଚାଲିବ । ତେବେ ଏହି ମାମଲାରେ ପୋଲିସକୁ ‘ଶୂନ୍ୟ ସହନଶୀଳତା‘ ନୀତି ଆପଣାଇବାକୁ ସେ ନିଦେ୍ର୍ଦଶ ଦେଇଥିବା କହିଛନ୍ତି । ଆସାମ ସରକାର ୧୪ ବର୍ଷରୁ କମ ବାଳିକାଙ୍କୁ ବିବାହ କରୁଥିବା ପୁରୁଷମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ଏବଂ କିମ୍ବା ଚଙଉଝଙ ଅଧିନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତି ନେଇଛନ୍ତି । ଯେଉଁ ପୁରୁଷମାନେ ୧୪-୧୮ ବର୍ଷ ବୟସର ବାଳିକାଙ୍କୁ ବିବାହ କରିଛନ୍ତି, ସେମାନଙ୍କୁ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply