ଅଷ୍ଟ୍ରେଲିଆ ମାଟିକୁ ଭାରତ ବିରୋଧୀ କାମ ପାଇଁ ବ୍ୟବହାର କରାନଯାଉ


ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକମାନେ ବାରମ୍ବାର ଭାରତୀୟଙ୍କ ଉପରେ ଆକ୍ରମଣ କରୁଛନ୍ତି ଓ ମନ୍ଦିର ଭାଙ୍ଗୁଛନ୍ତି । ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଷ୍ଟ୍ରେଲିଆ ସରକାରଙ୍କୁ ଅନୁରୋଧ କରିଛନ୍ତି ଭାରତ ସରକାର । ଏଥିସହିତ ଅଷ୍ଟ୍ରେଲିଆ ମାଟିକୁ ଭାରତ ବିରୋଧୀ କାମ ପାଇଁ ବ୍ୟବହାର କରିବାକୁ ନ ଦେବା ପାଇଁ ଭାରତ ସରକାର ଅନୁରୋଧ କରିଛନ୍ତି । ଏନେଇ ଗୁରୁବାର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗ୍?ଚୀ କହିଛନ୍ତି ” ଏଭଳି ଆକ୍ରମଣକୁ ନେଇ ଆମେ ଅଷ୍ଟ୍ରେଲିଆ ସରକାରଙ୍କ ପାଖରେ ନିୟମିତ ଭାବେ ଆମର ଚିନ୍ତା ଜାହିର କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛୁ ।” ଯେଉଁମାନେ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ସହ ଜଡ଼ିତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ଅଷ୍ଟ୍ରେଲିଆ ସରକାରଙ୍କୁ କହୁଛୁ ବୋଲି ଅରିନ୍ଦମ ବାଗଚୀ କହିଛନ୍ତି । ଅଷ୍ଟ୍ରେଲିଆ ଟୁଡେର ରିପୋର୍ଟ ଅନୁସାରେ, ରବିବାର ସନ୍ଧ୍ୟାରେ କିଛି ଖଲିସ୍ତାନୀ ସମର୍ଥକ ଅଷ୍ଟ୍ରେଲିଆରି ତ୍ରିରଙ୍ଗା ପତାକା ଧରି ଛିଡ଼ା ହୋଇଥିବା ଭାରତୀୟଙ୍କ ଉପେର ଆକ୍ରମଣ କରିଥିଲେ । ଏଥିରେ ୪ ଜଣ ଆହତ ହୋଇଥିଲେ । ବିଜେପି ନେତା ଏହାକୁ ଟ୍ୱିଟ୍ କରି ପ୍ରଶ୍ନ ଉଠାଇଥିଲେ । ତେବେ କାନାଡ଼ାରେ ବ୍ରାମପଟୋନ୍?ରେ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ମଧ୍ୟ ଶ୍ରୀ ବାଗ୍ଚୀ ନିନ୍ଦା କରିଛନ୍ତି । ଏଠାରେ ମଧ୍ୟ ଖଲିସ୍ତାନୀ ସମର୍ଥକମାନେ ଭାରତ ବିରୋଧୀ ନାରା ଦେଇ ମନ୍ଦିର ଉପରେ ଆକ୍ରମଣ କରିଥିଲେ । କାନାଡ଼ ପ୍ରଧାନମନ୍ତ୍ରୀ ମଧ୍ୟ ଏହାକୁ ନିନ୍ଦା କରିଥିବା ମୋର ଆଶା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ କହିଛନ୍ତି ।

Leave a Reply

Your email address will not be published. Required fields are marked *