Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନିଜ ସମସ୍ୟା ନିଜେ ସମ୍ଭାଳ: ପାକିସ୍ତାନକୁ କହିଲା ତାଲିବାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନିଜ ସମସ୍ୟା ନିଜେ ସମ୍ଭାଳ: ପାକିସ୍ତାନକୁ କହିଲା ତାଲିବାନ


କାବୁଲ : ପାକିସ୍ତାନର ପେଶାୱରରେ ହୋଇଥିବା ଭୟଙ୍କର ଆତ୍ମଘାତୀ ବୋମା ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଏହି ଆକ୍ରମଣ ପାଇଁ ପାକିସ୍ତାନ ପକ୍ଷରୁ ତେହରିକ-ଏ-ତାଲିବାନ-ପାକିସ୍ତାନକୁ ଦାୟୀ କରାଯାଉଛି । ଆଫଗାନିସ୍ତାନର ତାଲିବାନ ଶାସକ ମଧ୍ୟ ଆଫଗାନିସ୍ତାନ ମାଟିକୁ ପାକିସ୍ତାନ ବିରୋଧୀ କାମରେ ଲଗାଉଛନ୍ତି ବୋଲି ପୂର୍ବରୁ ଇସ୍ଲାମାବାଦ ଅଭିଯୋଗ କରିଥିଲା । ଏବେ ତାଲିବାନ ତାହାର ଜବାବ ଦେଇଛି । ତାଲିବାନ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନ ଅନ୍ୟକୁ ଦାୟୀ କରିବା ଅପେକ୍ଷା ନିଜେ ନିଜ ସମସ୍ୟାର ସମାଧାନ କରୁ । ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତାକି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପାକିସ୍ତାନ ନିଜ ସମସ୍ୟାର ଯନô ନେବା ଉଚିତ୍ । ପେଶାୱାର ମସଜିଦ ଆକ୍ରମଣ ପାଇଁ ଆଫଗାନିସ୍ତାନକୁ ଦାୟୀ କରିବା ବନ୍ଦ କର । “୨୦ ବର୍ଷ ମଧ୍ୟରେ, ଆମେ କେବେ ବି ଏକ ମସଜିଦର ଛାତ ଉପରକୁ ବୋମା କିମ୍ବା ଆତ୍ମଘାତୀ ଆକ୍ରମଣ ଏବଂ ଶହ ଶହ ଜୀବନ ଯାଉଥିବା ଦେଖିନାହୁଁ । ତେଣୁ, ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବା ଉଚିତ୍ । ପାକିସ୍ତାନର ଆଭ୍ୟନ୍ତରୀଣ ସମସ୍ୟା ପାଇଁ ଆଫଗାନିସ୍ତାନକୁ ଦାୟୀ କରାଯିବା ଉଚିତ ନୁହେଁ ବୋଲି ମୁଟାକି କହିଛନ୍ତି । ଆଫଗାନିସ୍ତାନ ଆତଙ୍କବାଦର କେନ୍ଦ୍ର ବୋଲି ପାକିସ୍ତାନ କରୁଥିବା ଦାବିକୁ ବି ସେ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ଯଦି ଆଫଗାନିସ୍ତାନ ଆତଙ୍କବାଦର କେନ୍ଦ୍ର ଥାନ୍ତା ତେବେ ଆତଙ୍କବାଦ ତାଜିକିସ୍ତାନ, ଉଜବେକିସ୍ତାନ, ତୁର୍କମେନିସ୍ତାନ ଏବଂ ଇରାନରେ ମଧ୍ୟ ପହଞ୍ଚିଥାନ୍ତା । କିନ୍ତୁ ସେପରି କିଛି ହେଉନାହିଁ । “ଆଫଗାନିସ୍ତାନ ଆଜି ଅନ୍ୟ ପଡ଼ୋଶୀ ଦେଶମାନଙ୍କ ସହିତ ଶାନ୍ତିରେ ଅଛି । ଏହା ପ୍ରମାଣ କରୁଛି ଯେ ଆଫଗାନିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ନୁହେଁ ।

Leave a Reply