୨ଟି ଏସ-୪୦୦ ରେଜିମେଣ୍ଟ ଚଳିତ ବର୍ଷ ଶେଷ କିମ୍ବା ୨୦୨୬ରେ ଭାରତ ଆସିବ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ସମୟରେ, ରୁଷ ନିର୍ମିତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏସ-୪୦୦ ପ୍ରଭାବୀ ପ୍ରଦର୍ଶନ କରିଥିଲା । ଏହା  ପାକିସ୍ତାନୀ ଡ୍ରୋନ ଏବଂ କ୍ଷେପଣାସ୍ତ୍ରକୁ ଖସାଇ ଦେଇଥିଲା। ଦେଶ ପାଇଁ ସୁରକ୍ଷା ଢାଲ ଭାବରେ କାମ କରୁଥିବା ଏହି ପ୍ରଣାଳୀ ବିଷୟରେ, ଭାରତରେ ରୁଷ ଦୂତବାସର ଉପମୁଖ୍ୟ ରୋମାନ ବାବୁଶକିନ୍ କହିଛନ୍ତି ଯେ ଅବଶିଷ୍ଟ ଏସ-୪୦୦ ରେଜିମେଣ୍ଟ ଚଳିତ ବର୍ଷ ଶେଷ କିମ୍ବା ୨୦୨୬ରେ ଯୋଗାଇ ଦିଆଯିବ ।

ଭାରତ ଏପର୍ଯ୍ୟନ୍ତ ଏସ-୪୦୦ର ପରବର୍ତ୍ତୀ କନସାଇନମେଣ୍ଟ ପାଇନାହିଁ। ରୋମାନ ବାବୁଶକିନ୍ କହିଛନ୍ତି ଯେ ଅବଶିଷ୍ଟ ଏସ-୪୦୦କ୍ଷେପଣାସ୍ତ୍ର ବାୟୁ ପ୍ରତିରକ୍ଷା ପ୍ରଣାଳୀ ମଧ୍ୟ ନିର୍ଦ୍ଧାରିତ ସମୟ ସୁଦ୍ଧା ପ୍ରାପ୍ତ ହେବ। ସେ କହିଛନ୍ତି ଯେ ରୁଷିଆ ୨୦୨୫-୨୦୨୬ ସୁଦ୍ଧା ବାୟୁ ପ୍ରତିରକ୍ଷା ପ୍ରଣାଳୀର ଅବଶିଷ୍ଟ ୟୁନିଟ୍ ଭାରତକୁ ହସ୍ତାନ୍ତର କରିବାକୁ ପ୍ରତିବଦ୍ଧ।

Leave a Reply