କନ୍ଧମାଳ ବିଶ୍ୱସମ୍ବାଦ କେନ୍ଦ୍ର ପକ୍ଷରୁ ନାରଦ ଜୟନ୍ତୀ ପାଳିତ

କନ୍ଧମାଳ ବିଶ୍ୱସମ୍ବାଦ କେନ୍ଦ୍ର ପକ୍ଷରୁ ନାରଦ ଜୟନ୍ତୀ ପାଳିତ
ଫୁଲବାଣୀ: ବିଶ୍ଵ ସମ୍ବାଦ କେନ୍ଦ୍ର କନ୍ଧମାଳ ପକ୍ଷରୁ ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ନାରଦ ଜୟନ୍ତୀ ପାଳନ କରାଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଶ୍ଵ ସମ୍ବାଦ କେନ୍ଦ୍ର ଆବାହକ ଟି. ଶିବ ଶଙ୍କର ପାତ୍ର ଅତିଥି ସ୍ଵାଗତ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ରବିବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ତଥା ବରିଷ୍ଠ ସାମ୍ବାଦିକ ଅଶୋକ ପରିଡା ଅତିଥି ଭାବେ ଯୋଗଦେଇ ପୁରାଣ ଯୁଗରେ ମହର୍ଷି ନାରଦ କି ପରି ସତ୍ୟ ସମ୍ବାଦ ପରିବେଷଣ କରୁଥିଲେ, ଯାହାକୁ ନେଇ ବିବାଦ ଉପୁଜୁଥିଲା ସେ ସମ୍ପର୍କରେ ସୂଚନା ଦେଇଥିଲେ । ବର୍ତ୍ତମାନ ଯୁଗରେ ବିଶ୍ୱରେ ସମ୍ବାଦ, ସାମ୍ବାଦିକତା ଓ ସମ୍ବାଦପତ୍ରର ଉତ୍ପରି ଓ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ଖ୍ରୀଷ୍ଟପୂର୍ବ ୫୯ରେ ରୋମରୁ ବିଶ୍ୱର ପ୍ରଥମ ଖବର କାଗଜ ପ୍ରକାଶିତ ହେବା ସହ ଭାରତ ରେ ୧୭୮୦ରେ ଇଂରାଜୀରେ ହି କିସ ବେଙ୍ଗଲ ଗେଜେଟ ଏବଂ ଓଡିଶାରୁ ୧୮୬୬ମସିହାରେ ଉତ୍କଳ ଦୀପିକା ପ୍ରଥମ ଖବର କାଗଜ ପ୍ରକାଶିତ ହୋଇଥ‌ିବା ସୂଚନା ଦେଇଥିଲେ । ପରିସ୍ଥିତିକୁ ଦେଖି ତଥ୍ୟଭିତ୍ୟିକ, ସତ୍ୟ, ନିରପେକ୍ଷ ଓ ସଠିକ ଖବର ପ୍ରକାଶ କରିବା ସାମ୍ବାଦିକର ଧର୍ମ ବର୍ତ୍ତମାନର ଧ୍ଵଂସମୁଖୀ ସମାଜକୁ ରକ୍ଷା କରିବାକୁ ସଂକୀର୍ଣ୍ଣ ସ୍ଵାର୍ଥରୁ ଉର୍ଦ୍ଧ୍ବରେ ରହି ଜନସ୍ୱାର୍ଥକୁ ଅଗ୍ରାଧିକାର ଦେଇ ସ୍ଵଚ୍ଛ ଓ ନିର୍ଭିକ ତଥ୍ୟ ସମ୍ବଳିତ ସମ୍ବାଦ ପରିବେଷଣ କଲେ ୪ର୍ଥ ସ୍ତମ୍ଭର ମହତ୍ଵ ପ୍ରତିପାଦିତ ହୋଇପାରିବ ବୋଲି କହିଥିଲେ ।
ଏହି ଅବସରରେ ଫିରିଙ୍ଗିଆ କଲେଜର ଅଧ୍ୟକ୍ଷ ଡ ଚିତ୍ତରଞ୍ଜନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଦେବର୍ଷି ନାରଦଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ରଖୁଥିଲେ । ପୁରାଣ ଯୁଗରେ ଦେବର୍ଷି ନାରଦ ତ୍ରିଭୁବନ ପରିକ୍ରମା କରି ସତ୍ୟ ସମ୍ବାଦ ପ୍ରଦାନ କରୁଥିଲେ
। ସେଥ‌ିପାଇଁ କେତେକ ତାଙ୍କୁ କଳିହା ନାରଦ କହୁଥିଲା ବେଳେ ବାସ୍ତବରେ ସେ ସତୁଆ ନାରଦ ଥିଲେ। ମିଛକୁ ପ୍ରଶୟ ନଦେବା, ନାରୀଙ୍କୁ ଉଚ୍ଚ ଆସନ ଦେବା, ନକାରତ୍ମକ ଖବର ପ୍ରସାରଣ ନ କରିବା, ସକାରତ୍ମକ ଓ ସତ୍ୟ ଖବରକୁ ଅଗ୍ରାଧିକାର ଦେବା ନାରଦଙ୍କର ବୈଶିଷ୍ଟ୍ୟ ଥିଲା। ଦେବର୍ଷି ନାରଦ ଖବର ସରବରାହର ଏକ ଅନୁଷ୍ଠାନ ଥିଲେ । ସେ କାହାର ଶତ୍ରୁ ନଥିଲେ ।
ସେହିଭଳି ଆଜିର ଯୁଗରେ ସାମ୍ବାଦିକ ମାନେ ସୀମାରେଖା ଭିତରେ ରହି ବ୍ୟକ୍ତି ଅପେକ୍ଷା ଦେଶକୁ ଅଗ୍ରାଧିକାର ଦେଇ ସମ୍ବାଦ ପରିବେଷଣ କରିବା ସାମ୍ବାଦିକର ଧର୍ମ ହେବା ଉଚିତ ବୋଲି କହିଥିଲେ । ଫୁଲବାଣୀ ନଗର ସଂଘଚାଳକ ଗୋବିନ୍ଦ ନାୟକ ଅତିଥି ଭାବେ ଯୋଗ ଦେଇ ଦେବର୍ଷି ନାରଦ ସାମ୍ବାଦିକତା କ୍ଷେତ୍ରରେ ଆଦର୍ଶ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଆଦିତ୍ୟ ତ୍ରିପାଠୀ, ଶିବ ବିଶ୍ଵାଳ, ବିରେନ୍ଦ୍ର ସୁବୁଦ୍ଧି, ଲଳିତ କୁମାର ମଲିକ, ଆଇନଜୀବୀ ଭଗବାନ ମହାନ୍ତି, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ଓ ଅନ୍ୟ ଆଚାର୍ଯ୍ୟ ପ୍ରମୁଖ ବହୁ ଶ୍ରୋତା, ପାଠକ ଓ ଶୁଭେଛୁ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *