ପାନାମା ସିଟି ସ୍ଥିତ ହିନ୍ଦୁ ମନ୍ଦିରରେ ଦର୍ଶନ କଲେ ମୁସଲମାନ ସାଂସଦ

ପାନାମା ୨୮।୫: ଭାରତୀୟ ସାଂସଦଙ୍କ ପ୍ରତିନିଧି ମଣ୍ଡଳ ଏବେ ବିଦେଶ ଗସ୍ତରେ ଅଛନ୍ତି। ଏହି କ୍ରମରେ ବରିଷ୍ଠ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନେତୃତ୍ୱରେ ପାନାମା ପହଞ୍ଚିଥିବା ବେଳେ ପାନାମା ସିଟି ସ୍ଥିତ ହିନ୍ଦୁ ମନ୍ଦିର ପରିଦର୍ଶନ କରିଛନ୍ତି। ତେବେ ସବୁଠୁ ଖାସ କଥା ଯାହା  ତାହା ହେଉଛି ଏହି ପ୍ରତିନିଧି ମଣ୍ଡଳରେ ମୁସଲମାନ ସାଂସଦ ସରଫରାଜ ଅହମ୍ମଦ ମଧ୍ୟ ସାମିଲ ଥିଲେ ଓ ସେ ଅନ୍ୟ ସାଂସଦଙ୍କ ସହିତ ଦର୍ଶନ ନିମନ୍ତେ ମନ୍ଦିର ଯାଇଥିଲେ। ଏହି ପ୍ରତିନିଧି ମଣ୍ଡଳରେ ସଦସ୍ୟ ରୂପେ ସରଫରାଜ ଅହମ୍ମଦ (ଜେଏମଏମ), ଜି.ଏମ. ହରିଶ ବାଲୟୋଗୀ (ଟିଡିପି), ଶଶାଙ୍କମଣୀ ତ୍ରିପାଠୀ (ବିଜେପି), ଭୁବନେଶ୍ୱର କଲିତା (ବିଜେପି), ତେଜସ୍ୱୀ ସୂର୍ଯ୍ୟା (ବିଜେପି), ମିଲିନ୍ଦ ଦେବରା (ଶିବସେନା) ଓ ଆମେରିକାରେ ଭାରତର ପୂର୍ବତନ କୂଟନୀତିଜ୍ଞ ତରନଜିତ ସିଂହ ସନ୍ଧୁ ପ୍ରମୁଖ ଅଛନ୍ତି। 

ମନ୍ଦିର ଦର୍ଶନ ନିମନ୍ତେ  ସରଫରାଜଙ୍କ ନିଷ୍ପତ୍ତିକୁ ଶଶି ଥରୁର ଉଚ୍ଚ ପ୍ରଶଂସା କରିଛନ୍ତି। ଏ ନେଇ ଥରୁର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଥରୁର ଲେଖିଛନ୍ତି ‘ବହୁଦଳୀୟ ସାଂସଦଙ୍କ ପ୍ରତିନିଧି ଦଳ ପାନାମା ସିଟିରେ ଭାରତୀୟ ସଂସ୍କୃତି କେନ୍ଦ୍ର ଗସ୍ତ କରିଛନ୍ତି  ଓ ସେଠାରେ ସୁନ୍ଦର ମନ୍ଦିରକୁ ଯାଇ ଦର୍ଶନ କରିଛୁ। ତେବେ ଏହା ଦେଖିବା ସବୁଠୁ ଭାବୁକ କ୍ଷଣ ଥିଲା ଯେଉଁଥିରେ ଆମ ସହକର୍ମୀ ସରଫରାଜ ଅହମ୍ମଦ ତାଙ୍କର ହିନ୍ଦୁ ଓ ଶିଖ୍ ସାଥୀଙ୍କ ଗହଣରେ ମନ୍ଦିର ଦର୍ଶନ କରିଛନ୍ତି। ଏଥିରେ ସରଫରାଜ ପରେ କହିଥିଲେ ଯେ ‘ଯଦି ନିମନ୍ତ୍ରଣଦାତାଙ୍କ ଆପତ୍ତି ନାହିଁ ତେବେ ନିମନ୍ତ୍ରିତ ଯିବାକୁ ଆପତ୍ତି କରିବେ କାହିଁକି?’’

Leave a Reply

Your email address will not be published. Required fields are marked *