Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତରଭୁଜ ବିକି ମହିଳା ସଙ୍ଗଠନ ଆନନ୍ଦିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତରଭୁଜ ବିକି ମହିଳା ସଙ୍ଗଠନ ଆନନ୍ଦିତ

କରଞ୍ଜିଆ: ସରକାର ଏବେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ସମସ୍ତ ପ୍ରକାର ଯୋଜନା କରିଛନ୍ତି । ସେମାନେ କିପରି ଚାଷୀ ସାଜି ଚାଷ କରିବେ ସେଥିପାଇଁ ମଧ୍ୟ ସମସ୍ତ ପ୍ରକାର କୃଷି ସାମଗ୍ରୀ, ବିହନ, ସାର ଶବସିଡି ମାଧ୍ୟମରେ ଯୋଗାଇ ଦେଉଛନ୍ତି । ତାଙ୍କ ଉତ୍ପାଦନ ସାମଗ୍ରୀ ସହଜରେ ବିକ୍ରି କରିବାକୁ ଇ ନାମ ମଣ୍ଡି ଖୋଲି ଦେଇଛନ୍ତି । ଯେପରି ୩୩୫୩ ଜଣ ମହିଳାକୁ ନେଇ ଗଠିତ ହୋଇଥିବା ସୟଂ ସଂପୂର୍ଣ୍ଣା ମହିଳା କୃଷି ଉତ୍ପାଦନ ଲିମିଟେଡ଼ ଗଠିତ ଏହି କମ୍ପାନୀ ଉତ୍ପାଦନ କରିଥିବା ତରଭୁଜ ଏପ୍ରିଲ ୧୨ ତାରିଖ ଓ ୧୪ ତାରିଖ ଦୁଇଦିନରେ ୫୭୧.୨ କୁଇଣ୍ଟାଲ ତରଭୁଜକୁ କୁଇଣ୍ଟାଲ ପିଛା ୭ ଶହ ଟଙ୍କାରେ କରଞ୍ଜିଆ ଆର୍ଏମ୍ସି ଅଧିନରେ ଥିବା ଇ ନାମ ମଣ୍ଡିରେ ବିକ୍ରୀ କରି ମୋଟ ୩ ଲକ୍ଷ୍ୟ, ୯୯ ହଜାର ୮୪୦ ଟଙ୍କା ପାଇଛନ୍ତି । ଇ ନାମ ମଣ୍ଡିରେ ବଜାର ଦରଠାରୁ ଢେର ଅଧିକରେ ବିକ୍ରି କରି ଚାଷୀ ଲାଭବାନ ହୋଇପାରୁଛନ୍ତି । ଇ ନାମ ମଣ୍ଡିରେ ଅନ୍ତରାଜ୍ୟ ବେପାର ହୋଇଥାଏ । ଘଟଣାସ୍ଥଳରେ କରଞ୍ଜିଆ ଇ ନାମ ମଣ୍ଡିର ବିଶ୍ଲେଶୋକ ଭବାନୀ ଶଙ୍କର ମହାନ୍ତ, ଉଦଳାର ବିନୀତ କୁମାର ମହାପାତ୍ର, ଚାଷୀ ସଙ୍ଘଠନର ପ୍ରିୟବ୍ରତ ଦାସ, ମାର୍କେଟିଂ ମ୍ୟାନେଜର ସୀତା ମଣି ହେମ୍ବ୍ରମ ଉପସ୍ଥିତ ଥିଲେ । ସରକାର ରାଜ୍ୟରେ ମୋଟ ୬୬ ଟି ଇ ନାମ ମଣ୍ଡି ଖୋଲି ୨୦୯ ପ୍ରକାର କୃଷିଜାତ ଦ୍ରବ୍ୟ କ୍ରୟ କରିବାର ବ୍ୟବସ୍ଥା କରିଛନ୍ତି ବୋଲି କରଞ୍ଜିଆ ଆର୍ଏମ୍ସିର ସମ୍ପାଦକ ସୂଚନା ପ୍ରଦାନ କରିଛନ୍ତି ।

Leave a Reply