ହରିଶଙ୍କର ମନ୍ଦିରର ବିଭିନ୍ନ ଟିକସ ଆଦାୟ ଦାୟିତ୍ୱ ନେଲେ ମହିଳା

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ପୁଣ୍ୟ କ୍ଷେତ୍ର ହରିଶଙ୍କର ମନ୍ଦିରର ବିଭିନ୍ନ ଟିକସ ଆଦାୟ ଦାୟିତ୍ୱ ନେଇଛନ୍ତି ମହିଳା । ପୂର୍ବରୁ ବିଭିନ୍ନ ଟିକସ ଆଦାୟ ପାଇଁ ନିଲାମ ହେଉଥିବା ବେଳେ ପୁରୁଷମାନେ ନିଲାମ ନେଉଥିଲେ । ହେଲେ ଚଳିତ ଥର ପ୍ରଥମ କରି ଦେବୋତ୍ତର ବିଭାଗ ତରଫରୁ ସ୍ୱୟଂ ସହାୟକ ଦଳ ମହିଳାଙ୍କୁ ନିଲାମରେ ସାମିଲ କରିଥିଲେ । ଯାହା ଫଳରେ ୨୩ ସ୍ୱୟଂ ସହାୟକ ମହିଳା ଦଳ ନିଲାମରେ ଭାଗ ନେଇ ଥିବା ବେଳେ ଅନ୍ନ ଭୋଗ ପାଇଁ ନାନ୍ଦୁପଲା ଗାଁର ଜୟ ଶ୍ରୀରାମ ସ୍ୱୟଂ ସହାୟକ ଗୋଷ୍ଠୀ, ନଡ଼ିଆ ଓ ସୁଖା ଭୋଗ କୁଠୁର୍ଲା ଗାଁର କଲ୍ୟାଣୀ ସ୍ୱୟଂ ସହାୟକ ଗୋଷ୍ଠୀ, ଦୁଇଚକିଆ ଓ ଚାରି ଚକିଆ ଯାନ ପାର୍କିଂ ଓ ଗେଟ ପାସ କୁଠୁର୍ଲା ଗାଁ’ର ମା’ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ବିଭିନ୍ନ ଟିକସ ଆଦାୟ ବନମାଲ ଗାଁ ର ଜୟ ଶ୍ରୀରାମ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତିଳିଥିବା ଜଣାଯାଇଛି । ନିଲାମ ପାଇଲା ପରେ ଚୁକ୍ତି ସ୍ୱାକ୍ଷର କରି ଶୁକ୍ରବାର ମହିଳାମାନେ ଟିକସ ଆଦାୟ ସହ ବିଭିନ୍ନ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଅବସରରେ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ପାଟଣାଗଡ ଉପ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ଓଏଲ୍ଏମ ଡିପିଏମ୍ ସୁମନ ଦ୍ୱିବେଦୀ, ଖପ୍ରାଖୋଲ ବିଡିଓ ରଶ୍ମି ରଞ୍ଜନ ସାହୁ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅଁର ସମେତ ଦେବୋତ୍ତର କମିଟି ସଦସ୍ୟ ଉପସ୍ଥିତଥିଲେ । ପ୍ରଶାସନ ତରଫରୁ ପ୍ରଥମେହରିଶଙ୍କର ଠାରେ ଏକ କାଫେ ଓରେଷ୍ଟୁରାଣ୍ଟକୁ ମହିଳାମାନେ ସୁଚାରୁରୁପେ ପରିଚାଳନା ପରେ ଏବେଅନ୍ୟ ଦାୟିତ୍ୱ ମହିଳାଙ୍କୁ ମିଳିଛି ।

Leave a Reply

Your email address will not be published. Required fields are marked *