ଢେଙ୍କାନାଳ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଢେଙ୍କାନାଳ : ସମ୍ବଲପୁର ଠାରେ ଘଟିଥିବା ବର୍ବର କାଣ୍ଡକୁ ଦୃଷ୍ଟିକୁ ନେଇ ଆଜି ଢେଙ୍କାନାଳ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ରାଜ୍ୟ ପ୍ରଶାସନ ଏବଂ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ସମଗ୍ର ରାଜ୍ୟରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସମ୍ପୂର୍ଣ୍ଣ ପ୍ରଶାସନ ଓ ରାଜ୍ୟ ସରକାର ଦାୟୀ ରହିବେ । ଉକ୍ତ ଦାବୀପତ୍ର ପ୍ରଦାନ ବେଳେ ପ୍ରଶାନ୍ତ କୁମାର ମିଶ୍ର, ରଘୁନାଥ ପଣ୍ଡା, ଅଞ୍ଜନ କୁମାର ହୋତା, ଉମେଶ ଚନ୍ଦ୍ର ରାଉତ, ରତ୍ନଭୂଷଣ ସାହୁ, ଅମୂଲ୍ୟ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *