ଯାଜପୁର ବିଶ୍ବ ସମ୍ବାଦ କେନ୍ଦ୍ର ଆନୁକୂଲ୍ୟରେ  ନାରଦ ଜୟନ୍ତୀ ପାଳିତ

ଯାଜପୁର ବିଶ୍ବ ସମ୍ବାଦ କେନ୍ଦ୍ର ଆନୁକୂଲ୍ୟରେ  ନାରଦ ଜୟନ୍ତୀ ପାଳିତ
ପାଣିକୋଇଲି:ଯାଜପୁର ବିଶ୍ବ ସମ୍ବାଦ କେନ୍ଦ୍ର ଆନୁକୂଲ୍ୟରେ ପାଣିକୋଇଲିସ୍ଥିତ ସିଟି କମ୍ପ୍ୟୁଟରରେ ରବିବାର ନାରଦ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉତ୍ସବ ଆରଏସଏସ ଜିଲା ପ୍ରଚାର ପ୍ରମୁଖ ସନ୍ଦୀପ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥିଭାବେ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘର ବାଲେଶ୍ଵର ବିଭାଗ କାର୍ଯ୍ୟବାହ ବରୁଣ ବଞ୍ଚର, ଜିଲା ପ୍ରଚାର ବିଭାଗ ବିଷୟବସ୍ତୁ ଉତ୍ପାଦକ ପଦ୍ମଲୋଚନ ମଲ୍ଲିକ, ବାଲେଶ୍ଵର ବିଭାଗର ସେବା ପ୍ରମୁଖ ଇନ୍ଦ୍ରମଣି ବେହେରା, ବରିଷ୍ଠ ନାଗରିକ ମଞ୍ଚ ସଭାପତି ନୃସିଂହ ଚରଣ ଦଳାଇ, ଯାଜପୁର ଜିଲା ଧର୍ମ ଜାଗରଣ ସମିତିର ଭରତ ଚନ୍ଦ୍ର ବାରିକ, ରଞ୍ଜନ ସାହୁ, ଭବାନୀ ଚୌଧୁରୀ, ବିକାଶ ମଲ୍ଲିକ ଓ ରାଜକିଶୋର ମଲ୍ଲିକ ପ୍ରମୁଖ ସମ୍ମାନତି ଅତିଥୁ ଭାବେ ଉପସ୍ଥିତ ଥିଲେ। ବରିଷ୍ଠ ସମ୍ବାଦିକ ସୁବାସ ଧଳ, ପ୍ରଦୀପ ମାଝୀ, ‘ତୁଷାରକାନ୍ତ ବେହୁରା, ତାରିଣୀ ପଟ୍ଟନାୟକଙ୍କୁ ସମ୍ବଦ୍ଧିତ କରାଯାଇଥିଲା। ମୁଖ୍ୟ ଅତିଥି ନାରଦଙ୍କ ସାମ୍ବାଦିକତା ଏବଂ ରାଷ୍ଟ୍ର ଗଠନରେ ସାମ୍ବାଦିକମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

Leave a Reply

Your email address will not be published. Required fields are marked *