କେରଳ ସରକାର ଭୂମିକମ୍ପ ସମୟରେ ତୁର୍କୀକୁ ସାହାଯ୍ୟ କରିବା ଭୁଲ ଥିଲା
ନୂଆଦିଲ୍ଲୀ:କଂଗ୍ରେସ ସାଂସଦ ଶଶି ଥରୁର ୨୦୨୩ ମସିହାରେ ହୋଇଥିବା ଭୂମିକମ୍ପ ସମୟରେ ତୁର୍କୀକୁ ସାହାଯ୍ୟ କରିବା ପାଇଁ କେରଳ ସରକାରଙ୍କୁ ସମାଲୋଚନା କରିଛନ୍ତି। କେରଳର ତୁର୍କୀକୁ ସହାୟତା ବିଷୟରେ ଏକ ଖବର ପୋଷ୍ଟ କରି ଥରୁର କହିଛନ୍ତି ଯେ ବାମଦଳ ସରକାର ଏହାର ଅଯଥା ଉଦାରତା ଉପରେ ବିଚାର କରିବା ଉଚିତ। ସେ ପୋଷ୍ଟରେ ଲେଖିଛନ୍ତି, “ଦୁଇ ବର୍ଷ ପରେ ତୁର୍କୀର ଆଚରଣ ଦେଖିବା ପରେ ମୁଁ ଆଶା କରୁଛି, କେରଳ ସରକାର ଏହାର ଅଯଥା ଉଦାରତା ଉପରେ ବିଚାର କରିବେ ! କହିବା ବାହୁଲ୍ୟ ଯେ ୱାୟାନାଡ଼ର ଲୋକମାନେ ସେହି ଦଶ କୋଟି ଟଙ୍କାକୁ ବହୁତ ଭଲ ଭାବରେ ବ୍ୟବହାର କରିପାରିଥାନ୍ତେ।”