ବିଶ୍ବ ସମ୍ବାଦ କେନ୍ଦ୍ର,କେନ୍ଦୁଝର ପକ୍ଷରୁ ଦେବର୍ଷି ନାରଦ ଜୟନ୍ତୀ

କେନ୍ଦୁଝର – ବିଶ୍ବ ସମ୍ବାଦ କେନ୍ଦ୍ର,କେନ୍ଦୁଝର ପକ୍ଷରୁ ଆଦି ସାମ୍ୱାଦିକ ଦେବର୍ଷି ନାରଦ ମୁନିଙ୍କ ଜୟନ୍ତୀ ସୁଦର୍ଶନ ଭବନ, ଜାମୁହୋତା କେନ୍ଦୁଝର ନଗର ଠାରେ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବରେ ଆକାଶବାଣୀ କେନ୍ଦୁଝର କେନ୍ଦ୍ରର ଅବସପ୍ରାପ୍ତ ବରିଷ୍ଠ ଅଧିକାରୀ ତଥା ଉଦ୍ଘୋଷକ ସୁପାଇ ମୁର୍ମୁ ଉପସ୍ଥିତ ରହି ନାରଦ ମୁନିଙ୍କ ସମ୍ବାଦ ପରିବେଷଣ କୌଶଳ ଓ ରାଷ୍ଟ୍ର ହିତରେ ଗଣମାଧ୍ୟମର ଉପଯୋଗ ବିଷୟରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଇ ଟିଭି ଭାରତ ଜିଲ୍ଲା ସଂଯୋଜକ ସନ୍ତୋଷ ମହାପାତ୍ର ବିଭିନ୍ନ ସମୟରେ ଦେଶ ଗଠନ ପାଇଁ ଗଣମାଧ୍ୟମର ଯୋଗଦାନ ସଂପର୍କରେ ଆଲୋଚନା କରିଥିଲେ। ବିଶ୍ବ ସମ୍ବାଦ କେନ୍ଦ୍ର କେନ୍ଦୁଝର ଜିଲ୍ଲା ସଂଯୋଜକ ଅମୂଲ୍ୟ କୁମାର ସାହୁ ବିଶ୍ବ ସମ୍ବାଦ କେନ୍ଦ୍ରର ପ୍ରତିଷ୍ଠା ଓ ନାରଦ ଜୟନ୍ତୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ ା   କେନ୍ଦୁଝର ନଗର କାର୍ଯ୍ୟବାହ ଦୁଃଶାସନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *