ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ

ୱାଶିଂଟନ: ଭାରତ ଶନିବାର ଦିନ ସିନ୍ଧୁ ଜଳ ଚୁକ୍ତିନାମା ଉପରେ ପାକିସ୍ତାନ ଦ୍ୱାରା ପ୍ରସାରିତ ମିଥ୍ୟା ପ୍ରଚାରକୁ ସମାଲୋଚନା କରିଛି ା ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି, ରାଷ୍ଟ୍ରଦୂତ ପାର୍ବଥନେନି ହରିଶ କହିଛନ୍ତି, ସିନ୍ଧୁ ଜଳ ଚୁକ୍ତିନାମା ଉପରେ ପାକିସ୍ତାନ ଦ୍ୱାରା ପ୍ରସାରିତ ଭୁଲ୍ ସୂଚନା ଅଭିଯାନର ଜବାବ ଦେବାକୁ ଭାରତ ବାଧ୍ୟ ହୋଇଛି। ସେ ସ୍ପଷ୍ଟ କରିଥିଲେ ଯେ, ଭାରତ, ଏକ ଦାୟିତ୍ୱପୂର୍ଣ୍ଣ ଦେଶ ଭାବରେ, ସର୍ବଦା ଦାୟିତ୍ୱପୂର୍ଣ୍ଣ ଆଚରଣ କରିଆସିଛି।ସଶସ୍ତ୍ର ସଂଘର୍ଷ ମଧ୍ୟରେ ଜଳର ସୁରକ୍ଷା ନାଗରିକ ଜୀବନର ସୁରକ୍ଷା’ ବିଷୟବସ୍ତୁ ଉପରେ ସ୍ଲୋଭେନିଆର ସ୍ଥାୟୀ ମିସନ ଦ୍ୱାରା ଆୟୋଜିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ହରିଶ ଏହି ବକ୍ତବ୍ୟ ଦେଇଛନ୍ତି। ପି. ହରିଶ କହିଛନ୍ତି ଯେ, ଭାରତ ସଦ୍ଭାବନା ଏବଂ ବନ୍ଧୁତା ଆଧାରରେ ସିନ୍ଧୁ ଜଳ ଚୁକ୍ତିନାମାକୁ ଗ୍ରହଣ କରିଛି। କିନ୍ତୁ ଗତ ୬୫ ବର୍ଷ ମଧ୍ୟରେ ପାକିସ୍ତାନ କେବେବି ବନ୍ଧୁତା ଦେଖାଇ ନାହିଁ। ଏହି ସମୟ ମଧ୍ୟରେ ପାକିସ୍ତାନ ଭାରତ ଉପରେ ହଜାର ହଜାର ଆତଙ୍କବାଦୀ ଆକ୍ରମଣ କରିଛି।

Leave a Reply

Your email address will not be published. Required fields are marked *