ଲଭ ଜିହାଦର ଶିକାର ହେଲେ ମହିଳା ପୋଲିସ କର୍ମଚାରୀ

ଲଭ ଜିହାଦର ଶିକାର ହେଲେ ମହିଳା ପୋଲିସ କର୍ମଚାରୀ

ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରୁ ଏକ ଲଭ ଜିହାଦର ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମହିଳା ପୋଲିସ କର୍ମଚାରୀ ଏହାର ଶିକାର ହୋଇଛନ୍ତି ା ମୁବାରିକ ଶେଖ ନିଜକୁ ଅନିଲ ସୋଲାଙ୍କି ବୋଲି ପରିଚୟ ଦେଇ ମହିଳା ପୋଲିସ କର୍ମଚାରୀକୁ କୋର୍ଟ ମ୍ୟାରେଜ୍ କରି ତାଙ୍କୁ ପ୍ରତାରଣା କରିଛନ୍ତି। ଶେଖ ପୂର୍ବରୁ ବିବାହିତ ଥିଲେ ଏବଂ ଦୁଇଟି ସନ୍ତାନର ପିତା। ଏହି ଘଟଣା ୨୩ ମଇ ୨୦୨୫ ଦିନ ଲୋକଲୋଚନକୁ ଆସିବା ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।

ଏହି ଘଟଣା ଖଣ୍ଡୱା ପୋଲିସ ଷ୍ଟେସନର। ମହିଳା ଜଣକ କହିଛନ୍ତି ଯେ ସେ ୨୦୨୦ ମସିହାରେ ଖଣ୍ଡୱା ପୋଲିସ ଲାଇନରେ କାମ କରୁଥିବା ବେଳେ ମୁବାରିକଙ୍କୁ ଭେଟିଥିଲେ । ସେହି ସମୟରେ ମୁବାରିକ ନିଜକୁ ଅବିବାହିତ କହିବା ସହିତ ହିନ୍ଦୁ ନାମ ରେ ପରିଚୟ ଦେଇଥିଲେ । ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା ଏବଂ ପରେ କୋର୍ଟ ମ୍ୟାରେଜ୍ ହେଲା। ତଥାପି ବିବାହ ପରେ ମଧ୍ୟ, ସେ ତାଙ୍କର ପ୍ରକୃତ ପରିଚୟ ଏବଂ ପାରିବାରିକ ସ୍ଥିତିକୁ ଲୁଚାଇ ରଖିଥିଲେ।

ପୀଡିତା ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ଅଢ଼େଇ ମାସର ଗର୍ଭବତୀ ଥିଲେ, ଅଭିଯୁକ୍ତ ତାଙ୍କୁ ଏକ ନିଦ ବଟିକା ଦେଇଥିଲେ ଏବଂ ବଳପୂର୍ବକ ଗର୍ଭପାତ କରାଇଥିଲେ। ଏହାପରେ ମହିଳା ଜଣକ ଜାଣିବାକୁ ପାଇଲେ ଯେ ମୁବାରିକ ପୂର୍ବରୁ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛି ା ସେ ତାଙ୍କୁ ପଚାରିବାରୁ ମୁବାରିକ ତାଙ୍କୁ ଧମକ ଦେଇ କହିଥିଲେ, ‘ତୁମେ ଯାହା କରିପାରିବ କର।’

ପୀଡିତା କହିଛନ୍ତି ଯେ ସେ ଏହି ସମ୍ପର୍କରେ ଝାବୁଆ ଏବଂ ଖଣ୍ଡୱାର ପୋଲିସ ଅଧିକାରୀଙ୍କ ନିକଟରେ ଅନେକ ଥର ଅଭିଯୋଗ କରିଥିଲେ, କିନ୍ତୁ କେହି ତାଙ୍କ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ନଥିଲେ। ତାଙ୍କ ମତରେ, ଦାୟର ହୋଇଥିବା ଏଫଆଇଆରରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିଶୁଣି ଯୋଡା ଯାଇନାହିଁ। ଏପରିକି ତାଙ୍କ ସ୍ୱରକୁ ଦମନ କରିବା ପାଇଁ ତାଙ୍କ ମୋବାଇଲ୍ ନମ୍ବର ଏବଂ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ମଧ୍ୟ ବ୍ଲକ୍ କରାଯାଇଥିଲା।

ଯେତେବେଳେ ଏହି ଘଟଣା ଗଣମାଧ୍ୟମ ଏବଂ ସ୍ଥାନୀୟ ପ୍ରଶାସନର ଦୃଷ୍ଟିକୁ ଆସିଲା ସେତେବେଳେ ଖଣ୍ଡୱା କେତାୱାଲି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ମୁବାରିକ ଶେଖଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇପିସିର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରିଛି, ଯେଉଁଥିରେ ପ୍ରତାରଣା, ବଳପୂର୍ବକ ଗର୍ଭପାତ, ଧମକ ଏବଂ ଲଭ୍ ଜିହାଦ ଭଳି ଗମ୍ଭୀର ଧାରା ଅନ୍ତର୍ଭୁକ୍ତ।

Leave a Reply

Your email address will not be published. Required fields are marked *