ଭାରତର ପଦକ୍ଷେପକୁ ଜର୍ମାନୀ ଦୃଢ଼ ସମର୍ଥନ 

ଭାରତର ପଦକ୍ଷେପକୁ ଜର୍ମାନୀ ଦୃଢ଼ ସମର୍ଥନ 

ନୂଆଦିଲ୍ଲୀ:ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ୟୁରୋପ ଗସ୍ତରେ ଅଛନ୍ତି। ୟୁରୋପର ୩ଟି ଦେଶକୁ ସେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।   ପହଲଗାଓଁରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେଇଛି ଭାରତ। ଭାରତର ଏହି ପଦକ୍ଷେପକୁ ଜର୍ମାନୀ ଦୃଢ଼ ସମର୍ଥନ ଜଣାଇଛି। ଜର୍ମାନୀର ବିଦେଶ ମନ୍ତ୍ରୀ ଜୋହାନ ଓ୍ବେଡଫୁଲ୍‌ ଆତଙ୍କୀ ଆକ୍ରମଣକୁ କଡ଼ା ଶବ୍ଦରେ ନିନ୍ଦା କରି କହିଛନ୍ତି, ଭାରତକୁ ଆତଙ୍କବାଦ ବିରୋଧରେ ଆତ୍ମରକ୍ଷା କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି।ଏପ୍ରିଲ ୨୨ରେ ପହଲଗାଓଁରେ ଘଟିଥିବା ଆତଙ୍କୀ ଆକ୍ରମଣରେ ଆମେ ସ୍ତବ୍ଧ। ଭାରତକୁ ନିଶ୍ଚିତ ରୂପେ ଆତଙ୍କବାଦ ବିରୋଧରେ ନିଜର ରକ୍ଷା କରିବାର ପୂରା ଅଧିକାର ରହିଛି।

Leave a Reply

Your email address will not be published. Required fields are marked *