ଜାପାନରେ ବଦମାସ୍ ପାକିସ୍ତାନର ମୁଖା ଖୋଲୁଛି ଭାରତ

ଜାପାନରେ ବଦମାସ୍ ପାକିସ୍ତାନର ମୁଖା ଖୋଲୁଛି ଭାରତ
ଟୋକିଓ:ଟୋକିଓରେ ଜେଡିୟୁ ସାଂସଦ ସଞ୍ଜୟ ଝା’ଙ୍କ ନେତୃତ୍ବରେ ଜାପାନ ଗସ୍ତରେ ଥିବା ପ୍ରତିନିଧି ମଣ୍ଡଳୀ ଜାପାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଆତଙ୍କବାଦ ବିରୋଧରେ ସ୍ବର ଉଠାଇବାକୁ ଏବେ ସମୟ ଆସି ଯାଇଛି ବୋଲି କହିଛନ୍ତି । ପାକିସ୍ତାନକୁ କୂଟନୈତିକ ସ୍ତରରେ ଘେରିବାକୁ ବିଦେଶ ବୁଲୁଥିବା ଏହି ଟିମରେ ଅଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ପାକିସ୍ତାନର ଆତଙ୍କୀ ଲିଙ୍କ ଏବଂ କେମିତି ପାକିସ୍ତାନ ଆତଙ୍କବାଦୀଙ୍କୁ ଖାଦ୍ୟ ପାଣି ଦେଇ ନିଜ ମାଟିରେ ପାଳିଛି ସେନେଇ ପୂରା ତଥ୍ୟ ଜାପାନ ସରକାର ସମେତ ନେତାମନ୍ତ୍ରୀଙ୍କୁ ଅବଗତ କରୁଛନ୍ତି ଭାରତୀୟ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ।   ଗତ ୨୧ ତାରିଖରୁ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ବିଶ୍ବ ମଞ୍ଚରେ ପାକିସ୍ତାନର ପୋଲ୍ ଖୋଲିବାକୁ ବିଦେଶଗସ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *