ଆଜି ରତ୍ନସିଂହାସନ ଉପରେ ଶ୍ରୀଜିଉ ଦୁର୍ଲଭ ସୁନାବେଶରେ ବିଭୂଷିତ ହେବେ

ପୁରୀ: ୬ ଜାନୁଆରୀ  ଶୁକ୍ରବାର ଦିନ ଚତୁର୍ଦ୍ଦଶୀ ତିଥିରେ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯିବାର ବିଧି ରହିଛି। ପରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ପାଲିଙ୍କିରେ ମାଆ ଲକ୍ଷ୍ମୀ ଜଗମୋହନକୁ ବିଜେ କରିବେ। ସକାଳଧୂପ ସରିବା ପରେ ରତ୍ନସିଂହାସନ ଉପରେ ଶ୍ରୀଜିଉ ଦୁର୍ଲଭ ସୁନାବେଶରେ ବିଭୂଷିତ ହେବେ। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ସ୍ବତନ୍ତ୍ର ଅଟେ। ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ, ହରିଡ଼ାମାଳ, ବାହାଡା ମାଳ, ସେବତୀମାଳ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ ଆଦି ଅଳଙ୍କାରରେ ମହାପ୍ରଭୁ ରାଜରାଜେଶ୍ୱର ବେଶରେ ବିଭୂଷିତ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *