ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବଣିଆପାଟ ଛାତ୍ରଛାତ୍ରୀଙ୍କ କୃତିତ୍ୱ

କେନ୍ଦୁଝରଗଡ଼: କେନ୍ଦୁଝରଗଡ଼ ପୌରପାଳିକାରେ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ମିରାଲୀ ନାୟକ ପ୍ରଥମ, ତାରାପ୍ରସାଦ ସାହୁ ଦ୍ୱିତୀୟ, ଦେବସ୍ମିତା ମହାନ୍ତ ଷଷ୍ଠ ସ୍ଥାନ ଅଧିକାର କରି କୃତିତ୍ୱ ହାସଲ କରିଛନ୍ତି। ସେହିଭଳି ତୃତୀୟ ଶ୍ରେଣୀରେ ରୁଦ୍ରନାରାୟଣ ମହନ୍ତ ଓ ସମ୍ଭବ ଶୁଭଙ୍କର ମହାନ୍ତ ପଞ୍ଚମ ଏବଂ ରାହୁଲ କୁମାର ମାଝୀ ସପ୍ତମ ସ୍ଥାନ ହାସଲ କରି ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏମାନେ ସମସ୍ତେ ହେଉଛନ୍ତି ବଣିଆପାଟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ।ଏହି ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ସରକାରୀ ବୃତ୍ତିରେ ୩ ଜଣ ଛାତ୍ରଛାତ୍ରୀ ଓ ତୃତୀୟ ଶ୍ରେଣୀ ବୃତ୍ତିରେ ୩ ଜଣ ବୃତ୍ତିି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଛାତ୍ରଛାତ୍ରୀମାନଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା ସମିତି ତଥା ଗୁରୁମା ଗୁରୁଜୀମାନଙ୍କ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଦୁଃଶାସନ ମହାନ୍ତ, ଶିଶୁ ମନ୍ଦିର ପ୍ରମୁଖ ବନମାଳୀ ମହାନ୍ତ, ପରିଚାଳନା ସମିତି ସଭାପତି ଅବସରପ୍ରାପ୍ତ ପ୍ରାଧ୍ୟାପକ ଅନୀଲ କୁମାର ଦାଶ, ସମ୍ପାଦକ ଭାଗିରଥି ଗିରି, ଯୁଗ୍ମସମ୍ପାଦକ ସୁଦର୍ଶନ ନାଏକ, କୋଷାଧ୍ୟକ୍ଷ ଦୟାନିଧି ମହାନ୍ତ ଓ ସଦସ୍ୟା ପଦ୍ମାବତୀ ଅମାନ୍ତ ଏହି ଅବସରରେ କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *