Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ-ପାକ୍ ମଧ୍ୟରେ ଆଣବିକ ଭିତ୍ତିଭୂମିର ତାଲିକା ବଣ୍ଟନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ-ପାକ୍ ମଧ୍ୟରେ ଆଣବିକ ଭିତ୍ତିଭୂମିର ତାଲିକା ବଣ୍ଟନ

ନୂଆଦିଲ୍ଲୀ: ଏସିଆର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦେଶ ମଧ୍ୟରେ ଆଣବିକ ଭିତ୍ତିଭୂମି ତାଲିକା ସେୟାର କରାଯାଇଛି । ଉଭୟ ଭାରତ ଏବଂ ପାକିସ୍ତାନ ପଡୋଶୀ । ଉଭୟଙ୍କ ସୀମା ଦୁନିଆର ସବୁଠାରୁ ଅଶାନ୍ତ ଆନ୍ତର୍ଜାତୀୟ ସୀମା ରେଖା ମଧ୍ୟରେ ଗଣାଯାଏ । ଏହି ଦୁଇରାଷ୍ଟ୍ରଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ୪ ଟି ଯୁଦ୍ଧ ହୋଇସାରିଛି ଏବଂ ଅସ୍ତ୍ରବିରତି ଉଲ୍ଲଂଘନ ଚୁକ୍ତିନାମା ସତ୍ତ୍ୱେ ଗୁଳି ବିନିମୟ, ସୀମା ଅନୁପ୍ରବେଶ ଏବଂ ଚୋରା ଚାଲାଣ ଘଟଣା ସାଧାରଣ କଥା । ତଥାପି ପାରସ୍ପରିକ ତିକ୍ତତାର ଅନେକ ଉଦାହରଣ ସତ୍ତ୍ୱେ ଉଭୟ ଦେଶରେ ଏହିପରି ଅନେକ ଚୁକ୍ତିନାମା ଭଲ ଭାବରେ କାର୍ଯ୍ୟକାରୀ ହେଉଛି, ଯାହା ଏଠାରେ ଆଲୋଚନା କରାଯାଇପାରେ । ଉଦାହରଣ ସ୍ୱରୂପ, ବର୍ତ୍ତମାନ ଉଭୟ ଦେଶ ପରସ୍ପରର ଜେଲରେ ରହୁଥିବା ନାଗରିକ ଏବଂ ମତ୍ସ୍ୟଜୀବୀଙ୍କ ତାଲିକା ପରସ୍ପରକୁ ହସ୍ତାନ୍ତର କରିଛନ୍ତି । ପାକିସ୍ତାନର ସୂଚନା ଅନୁଯାୟୀ ପାକିସ୍ତାନ ଜେଲ୍ରେ ୭୦୫ ଜଣ ଭାରତୀୟ ବନ୍ଦୀ ଅଛନ୍ତି, ସେମାନଙ୍କ ମଧ୍ୟରେ ୫୧ ଜଣ ସାଧାରଣ ନାଗରିକ ଏବଂ ୬୫୪ ଜଣ ମତ୍ସ୍ୟଜୀବୀ ଅଛନ୍ତି । ଅନ୍ୟପକ୍ଷରେ ଭାରତୀୟ ଜେଲରେ ୩୩୯ ପାକ୍ ନାଗରିକ ଏବଂ ପାକିସ୍ତାନର ୯୫ ମତ୍ସ୍ୟଜୀବୀ ବନ୍ଦୀ ଅଛନ୍ତି । ଏହା ବ୍ୟତୀତ ଉଭୟ ନିଜ ନିଜ ଆଣବିକ ଭିତ୍ତିଭୂମିର ତାଲିକା ମଧ୍ୟ ଅଂଶୀଦାର କରିଛନ୍ତି । ଆଣବିକ ସ୍ଥାନଗୁଡିକର ତାଲିକା ବାଣ୍ଟିବାକୁ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ହୋଇଥିବା ଚୁକ୍ତିନାମା ୩୦ ବର୍ଷରୁ ଅଧିକ ପୁରୁଣା । ସେହି ଚୁକ୍ତିନାମା ଅନୁଯାୟୀ ଉଭୟ ଦେଶ ପ୍ରତିବର୍ଷ ଜାନୁଆରୀ ୧ରେ ପରମାଣୁ ଭିତ୍ତିଭୂମି ତାଲିକା ପରସ୍ପର ସହ ବାଣ୍ଟନ୍ତି । ଏହି ଚୁକ୍ତିନାମା ଅନୁଯାୟୀ, ୧ ଜାନୁୟାରୀ ୧୯୯୨ ରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଆଣବିକ ଭିତ୍ତିଭୂମିର ପ୍ରଥମ ତାଲିକା ସେୟାର କରାଯାଇଥିଲା ।

Leave a Reply