ସ୍ୱଦେଶୀ ଜାଗରଣ ମଞ୍ଚ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

କୋରାପୁଟ: ନୂତନ ଭାବେ ଦାଇତ୍ୱ ଗ୍ରହଣ କରିଥିବା ସ୍ୱଦେଶୀ ଜାଗରଣ ମଞ୍ଚ, କୋରାପୁଟର କାର୍ଯ୍ୟକର୍ତ୍ତାଙ୍କୁ ମଞ୍ଚ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ମଞ୍ଚର ରାଜ୍ୟ ସହ ସଂଯୋଜକ (ଓଡିଶା ପଶ୍ଚିମ)ମନୋରଞ୍ଜନ ରାଉତରାୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବା ବେଳେ ସ୍ୱଦେଶୀ କାର୍ଯ୍ୟକର୍ତ୍ତାଙ୍କ ବ୍ୟବହାର ସମ୍ପର୍କରେ ଆଲୋଚନା କରିଥିଲେ । ନୂଆକରି ଦାୟିତ୍ୱ ଗ୍ରହଣ କରିଥିବା କାର୍ଯ୍ୟକର୍ତ୍ତା ବୃନ୍ଦ ହେଲେ, ମଞ୍ଚର ଜିଲ୍ଲା ସହ ସଂଯୋଜକ କେଶବ ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ବିଚାର ବିଭାଗ ପ୍ରମୁଖ ପ୍ରିୟରଞ୍ଜନ ଦାସ, ଜିଲ୍ଲା କୋଷ ପ୍ରମୁଖ ମୃତୁ୍ୟଞ୍ଜୟ ଶତପଥୀ, ଜିଲ୍ଲା ସମ୍ପର୍କ ପ୍ରମୁଖ ଅର୍ଜୁନ ଦାସ, ଜିଲ୍ଲା ସହ ପ୍ରଚାର ପ୍ରମୁଖ ବିଷ୍ଣୁ ଚରଣ ନାୟକ, ଜିଲ୍ଲା କୃଷକ ପ୍ରକୋଷ୍ଠ ପ୍ରମୁଖ ସୁରେନ୍ଦ୍ର ମସ୍ତି, କୋରାପୁଟ ବ୍ଲକ ସଂଯୋଜକ ଏମ ସୁରେଶ କୁମାର, ବୋରିଗୁମ୍ମା ବ୍ଲକ ସଂଯୋଜକ ଦିବାକର ନାୟକ, କୋଟପାଡ଼ ବ୍ଲକ ସହ ସଂଯୋଜକ କୃଷ୍ଣ ଖିଲ, କୋରାପୁଟ ନଗର ପ୍ରଚାର ପ୍ରମୁଖ ପ୍ରଦୀପ୍ତ କୁମାର ବାରିକ, ମହାଦେଇପୁଟ ପଞ୍ଚାୟତ ସଂଯୋଜକ ତ୍ରିନାଥ ପାତ୍ର । ମଞ୍ଚର ରାଜ୍ୟ ସମ୍ମିଳନୀ ଭବାନୀପାଟଣା ଠାରେ ଡିସେମ୍ବର ୨୪ ଓ ୨୫ତାରିଖରେ ଅନୁଷ୍ଠିତ ହୋଇ ଯାଇଛି । ସ୍ୱାବଲମ୍ବୀ ଭାରତ ଅଭିଯାନ ଏବଂ ରୋଜଗାର ସମ୍ପର୍କରେ ଉକ୍ତ ସମ୍ମିଳନୀରେ ଆଲୋଚନା କରାଯାଇଥିବା ବେଳେ ଉପରୋକ୍ତ ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିବା ଜିଲ୍ଲା ସଂଯୋଜକ ଇଞ୍ଜିନିୟର ଭେଙ୍କଟେଶ୍ୱର ମିଶ୍ର ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ପ୍ରମୁଖ ସାଗରିକା ପାଢ଼ୀ, ନଗର ସଂଯୋଜକ ଉମାଶଙ୍କର ଦାସ, ଶାରଦା ଖୁଣ୍ଟିଆ, ନୀଳମଣି ଦାସ, ଲଲଟେନ୍ଦୁ ପାଠୀ, ମିଟୁ ପଟନାୟକ, ବିଶ୍ୱଜିତ ମିଶ୍ର, ଶ୍ରୀକାନ୍ତ ସାହୁ, ସୌମେନ୍ଦ୍ର ସ୍ୱାଇଁ, ତନ୍ମୟ ପ୍ରଧାନ, ପୂର୍ଣ୍ଣିମା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *