Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବଜରଙ୍ଗ ଦଳର ପକ୍ଷରୁ କମ୍ବଳ ବଣ୍ଟନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବଜରଙ୍ଗ ଦଳର ପକ୍ଷରୁ କମ୍ବଳ ବଣ୍ଟନ

ବ୍ରଜରାଜନଗର: ବ୍ରଜରାଜନଗର ଗାନ୍ଧୀଛକ ଜୁନାନୀ ମୁଣ୍ଡା ଗ୍ରାମର ଖେଳ ପଡିଆରେ ବଜରଙ୍ଗ ଦଳର ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ସାମାଜସେବୀ ରାଧାକାନ୍ତ ପ୍ରଧାନ ଯୋଗଦେଇଥିଲେ । ଏହି ସଭା ବଜରଙ୍ଗ ଦଳର ସଂଯୋଜକ ଚିନ୍ମୟ ଦେବତା ପରିଚାଳନା କରିଥିଲେ । ସମ୍ମାନିତ ଅତିଥି ଭାବେ ବିଶ୍ୱ ହିନ୍ଦୁ ଜିଲ୍ଲା ଧର୍ମ ପ୍ରଚାରକ ମେଘନାଦ ବାରିକ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରାଧାକାନ୍ତ ପ୍ରଧାନ ବଜରଙ୍ଗ ଦଳର ମାଧ୍ୟମରେ ଜୁନାନୀ ମୁଣ୍ଡା ଗ୍ରାମରେ ଥିବା ନିସହାୟ ଗରିବ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରିଥିଲେ । ବଜରଙ୍ଗ ଦଳର ସଭ୍ୟ ପ୍ରକାଶ ବର୍ମା, ଚନ୍ଦନ ବିଶ୍ୱାସ, ଆକାଶ ସା, ସାହେବ ପାସୱାନ, ମନୋଜ ଚୌହାନ, ଶୁଭମ ମାଳି, ନରୋତ୍ତମ ଭୋଇ, ମନୋଜ ଖଣ୍ଡାୟତ, ରିତେଶ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply