Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
‘ଭାରତର ୧ ଇଞ୍ଚ୍ ଜମିକୁ କେହି ନେଇପାରିବେ ନାହିଁ’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

‘ଭାରତର ୧ ଇଞ୍ଚ୍ ଜମିକୁ କେହି ନେଇପାରିବେ ନାହିଁ’


ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଶନିବାର କହିଛନ୍ତି ଯେ ଭାରତର ୧ଇଞ୍ଚ ଜମିକୁ କେହି ନେଇପାରିବେ ନାହିଁ । ଭାରତ-ଚୀନ୍ ସୀମାକୁ ନେଇ ମୁଁ ଚିନ୍ତିତ ନୁହେଁ ବୋଲି ଶାହା କହିଛନ୍ତି । ଆମର ଆଇଟିବିପି ଯବାନ ସୀମା ଉପରେ ତୀକ୍ଷ୍ମ ନଜର ରଖିଛନ୍ତି ଓ ସେମାନଙ୍କ ଉପରେ ଆମର ସଂପୂର୍ଣ୍ଣ ଭରସା ରହିଛି । ସେମାନଙ୍କ ଉପସ୍ଥିତିରେ କୌଣସି ବି ଦେଶ ଆମର ୧ ଇଞ୍ଚ୍ ଜମିକୁ ବି ଅତିକ୍ରମ କରିବା ସାହସ କରିବ ନାହିଁ ବୋଲି ଶାହା ଦୃଢ଼ୋକ୍ତିର ସହ କହିଛନ୍ତି । ତୱାଙ୍ଗ ହିଂସାର ୨୦ଦିନ ପରେ ଶାହା ଏଭଳି ବୟାନ ଦେଇଛନ୍ତି । ସେହିପରି ରାହୁଳ ଗାନ୍ଧୀ ପୂର୍ବରୁ କହିଥିଲେ ଯେ ଚୀନ୍ ଓ ପାକିସ୍ତାନ ଡୋକଲାମ୍ ଓ ତୱାଙ୍ଗ ଇଲାକାକୁ ନେଇ କିଛି ବଡ଼ ଧରଣର ପ୍ଲାନ କରୁଛନ୍ତି । ଶାହାଙ୍କ ଏହି ବୟାନ୍ ମଧ୍ୟ ରାହୁଳଙ୍କ ବୟାନର ଜବାବ ବୋଲି କୁହାଯାଉଛି । ଅମିତ୍ ଶାହା ବେଙ୍ଗାଲୁରୁ ଆଇଟିବିପି ଆବାସୀୟ ଓ ଅଣ ଆବାସୀୟ ପରିସରର ଉଦ୍‌ଘାଟନୀ ସମାରୋହରେ କହିଛନ୍ତି ଯେ ଆଇଟିବିପି ହେଉଛି ଦେଶର ସବୁଠୁ ମୁସ୍କିଲ୍ ଅଞ୍ଚଳରେ କାମ କରୁଥିବା ସୁରକ୍ଷାବଳ । ମାଇନସ୍ ୪୨ ଡିଗ୍ରୀ ତାପମାତ୍ରାରେ ସେମାନେ କିପରି ଦୃଢ଼ ମନୋବଳ ନେଇ କାର୍ଯ୍ୟ କରୁଛନ୍ତି ତାହା ଆମ କଳ୍ପନା ବାହାରେ ବୋଲି ଶ୍ରୀ ଶାହା ଏହି ଅବସରରେ କହିଛନ୍ତି ।

Leave a Reply