ଗୋରୁ ବୋଝେଇ ଯାଉଥିବା ୨ କଣ୍ଟେନର ମୋଟୁ ପୁଲିସ ଦ୍ୱାରା ଜବତ


କାଲିମେଳା: ମାଲକାନଗିରି ଜିଲ୍ଲା ସୀମାନ୍ତ କାଲେରୁ ପୋଲ ନିକଟରୁ ବେଆଇନ ଗୋରୁ ବୋଝେଇ ଦୁଇଟି କଣ୍ଟେନରକୁ ଅ ।ଜି ଭୋର ସକାଳୁ ମୋଟୁ ଥାନା ପୁଲିସ ଜବତ କରିଛି ଏବଂ କଣ୍ଟେନରରେ ଥିବା ୧୦୦ରୁ ଊର୍ଦ୍ଧ୍ ଗୋରୁକୁ ଉଦ୍ଧାର କରାଯାଇଛି । ଉଦ୍ଧାର ଗୋରୁଙ୍କୁ ମୋଟୁ ପ୍ରାଣୀ ଚିକିତ୍ସାଳୟକୁ ନିଅ ।ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । କୈଣସି ସୂତ୍ରରୁ ପୁଲିସ ଖବର ପାଇ ତେଲେଙ୍ଗାନାର ଦୁଇଟି କଣ୍ଟେନରକୁ ପୁଲିସ ଅଟକାଇଥିଲା କଣ୍ଟେନର ଅଟକିବା ମାତ୍ରେ ଦୁଇ ଚାଳକ ସେଠାରୁ ଚମ୍ପଟ ହୋଇଛନ୍ତି ।ଦୁଇ କଣ୍ଟେନର ଓଡ଼ିଶାର ମାଲକାନଗିରି ଜିଲ୍ଲାର ମୋଟୁ ସିମାନ୍ତ ଦେଇ ଅ ।ନ୍ଧ୍ର ପ୍ରଦେଶ ରାଜ୍ୟ ଆଡ଼କୁ ଯାଉଥିଲା ଗୋଚାଲାଣ କାରୀ କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଟାର୍ଗେଟ କରି ଏଠାରୁ ବେଅ ।ଇନ ଭାବେ ଗାଈଗୋରୁଙ୍କୁ ଅ ।ନ୍ଧ୍ର, ତେଲେଙ୍ଗାନା, କେରଳ ଅ ।ଦି ରାଜ୍ୟକୁ ଚାଲାଣ କରୁଥିବା ଜଣାପଡିଛି ।ଚାଲାଣ କାରି ଗୋରୁଙ୍କୁ ପାଦରେ ଚଲାଇ ସିଲେରୁ ନଦୀ ପାରକରି ନେଉଥିବା ପୂର୍ବରୁ ନଜିର ରହିଥିବା ବେଳେ ଏବେ କଣ୍ଟେନରରେ ଭର୍ତ୍ତି କରି ନେଉଥିବା ସାମ୍ନା କୁ ଆସିଛି ତେବେ ଏହି ବେଧଡକ ଗୋ ଚାଲାଣରେ କୋଟି କୋଟି ଟଙ୍କାର କଳା କାରବାର ଚାଲିଥିବା ଜଣାପଡିଛି । ଅ ।ଜି ଏହି ଗାଈ ଗୁଡିକୁ ଉଧାର ପରେ ସେମାନଙ୍କର ସ୍‌ାସ୍ଥ୍ୟ ପରୀକ୍ଷା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଅ ।ଯିବ ବୋଲି ମୋଟୁ ଥାନା ଭାରପ୍ରାପ୍ତ ଅଧିକାରୀ ହିମାଂଶୁ ଶେଖର ବାରିକ ସୂଚନା ଦେଇଛନ୍ତି । ତେବେ ବିଗତ କିଛିଦିନ ପୂର୍ବେ ଏହିପରି ଏକ ଟ୍ରକରେ ୫୦ରୁ ଊର୍ଦ୍ଧ୍ୱ ଗାଈ ଚୋରା ଚାଲାଣ ଗାଇଙ୍କୁ ଏପରି ଚାଳନ କରାଯାଉଥିବା ବେଳେ ତାହା ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ସୀମା ନିକଟରେ ଦୁର୍ଘଟଣା ଗସ୍ତ ହୋଇଥିବା ବେଳେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଗାଈଙ୍କର ମୃତ୍ୟୁ ହୋଇଥିଲା ଏଣୁ ଏପରି ଘଟଣାକୁ ଦ୍ରୁଷ୍ଟିରେ ପ୍ରଶାସନିକ କ୍ଷେତ୍ରରେ ଦୃଢ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *