Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଯୁକ୍ତରାଷ୍ଟ୍ର ଆମେରିକାର ସମସ୍ତ ସରକାରୀ ଅଫିସରେ ଟିକ୍‌ଟକ ବ୍ୟାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଯୁକ୍ତରାଷ୍ଟ୍ର ଆମେରିକାର ସମସ୍ତ ସରକାରୀ ଅଫିସରେ ଟିକ୍‌ଟକ ବ୍ୟାନ


ନୂଆଦିଲ୍ଲୀ : ଚୀନକୁ ଆଉ ଏକ ଝଟକା । ଏବେ ଆମେରିକାରେ ବ୍ୟବହାର ହେବନି ଚାଇନିଜ୍ ସର୍ଟ ଭିଡିଓ ଆପ୍ ଟିକଟକ୍ । ଏହାକୁ ହାଇ ରିସ୍କ ବା ବିପଦ କହି ଆମେରିକା ଲରୟରକ୍ସବକ୍ଷ ଶକ୍ଟଙ୍ଖରକ୍ସଦ୍ଭଜ୍ଞରଦ୍ଭଗ୍ଧ ୟରଙ୍ଖସମରଗ୍ଦରେ ବା ଆମେରିକାର ସମସ୍ତ ସରକାରୀ ଗ୍ୟାଜେଟରେ ପ୍ରତିବନ୍ଧକ ଲଗାଯାଇଛି । ଆମେରିକାର ଲୋକସଭା ପ୍ରଶାସନ ଏହା ନିଶ୍ଚିତ କରିଛି । ସୂଚନାଅନୁସାରେ, ନିକଟରେ ଜାତୀୟ ନିରାପତ୍ତାକୁ ଦର୍ଶାଇ ଆମେରିକାର ଏ ସମ୍ପର୍କରେ ଏକ ବିଲ୍ ପାସ୍ ହୋଇଛି । ଏହି ବିଲରେ ସରକାରୀ କର୍ମଚାରୀ ତଥା ସରକାରୀ ଗ୍ୟାଜେଟରେ ଟିକଟକ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ କୁହାଯାଇଛିୟଗୃହର ମୁଖ୍ୟ ପ୍ରଶାସନିକ ଅଧିକାରୀଙ୍କ କହିବାନୁସାରେ, ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସାଧାରଣ ବ୍ୟବହାରକାରୀଙ୍କ ପାଇଁ ଏହି ପ୍ରତିବନ୍ଧକ ଲାଗୁ କରାଯାଇ ନାହିଁ । ସରକାରୀ ଉପକରଣରୁ ସର୍ଟ ଭିଡିଓ ପ୍ଲାଟଫର୍ମ ଟିକଟକକୁ ତୁରନ୍ତ ଅନ୍‌-ଇନଷ୍ଟଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୁହାଯାଉଛି ଯେ ସରକାର ଖୁବ୍ ଶୀଘ୍ର ଏ ସମ୍ପର୍କରେ ଏକ ଆଇନ ପ୍ରସ୍ତୁତ କରିପାରନ୍ତି । ଆମେରିକାର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ) ନିର୍ଦ୍ଦେଶକ କ୍ରିସ୍ ରେ ମଧ୍ୟ ଜାତୀୟ ସୁରକ୍ଷାକୁ ନେଇ ଉଦବେଗଗ ପ୍ରକାଶ କରିଛନ୍ତିୟ ସେ କହିଥିଲେ ଯେ ଏହି ଭିଡିଓ ସେୟାରିଂ ଆପ୍ ର ନିୟନ୍ତ୍ରଣ ଚୀନ୍ ସରକାରଙ୍କ ହାତରେ ଅଛି, ଯାହାର ମୂଲ୍ୟ ଆମ ଭଳି ନୁହେଁ । ରେ କହିଛନ୍ତି ଯେ, ଆପ୍ ସିଷ୍ଟମର ନିୟନ୍ତ୍ରଣ ଚୀନ୍ ହାତରେ ଅଛି, ଯିଏ ଆମ ଜିନିଷକୁ ହେରାଫେରି କରିପାରନ୍ତି । ଆମେରିକାରେ ଏ ସମ୍ପର୍କରେ ଏକ ବିଲ୍ ମଧ୍ୟ ପାରିତ ହୋଇଛି । ଜାତୀୟ ସୁରକ୍ଷା ପାଇଁ ଅଣାଯାଇଥିବା ଏହି ବିଲରେ ସରକାରୀ କର୍ମଚାରୀ ଏବଂ ସରକାରୀ ଗ୍ୟାଜେଟରେ ଟିକଟକ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଥିବା କୁହାଯାଇଛି । ଜୋସ୍ ହାୱଲି ଟିକଟକକୁ ଚାଇନାର କମ୍ୟୁନିଷ୍ଟ ପାର୍ଟିର ଖତରନାକ ଭାଇରସ୍ ବୋଲି କହିଛନ୍ତି । ଏଠି କହିରଖୁଛୁ ଯେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଟିକଟକଙ୍କୁ ଆମେରିକାରୁ ନିଷିଦ୍ଧ କରିବାକୁ ଚାହୁଁଥିଲେ । ଫେଡେରାଲ୍ କମ୍ୟୁନିକେସନ୍ କମିଶନ (ଏଫ୍ସିସି) ଆପଲ୍ ଏବଂ ଗୁଗୁଲକୁ ମଧ୍ୟ ନିଜ ଆପ୍ ଷ୍ଟୋରରୁ ଟିକଟକ୍ କୁ ହଟାଇବାକୁ ପରାମର୍ଶ ଦେ

Leave a Reply