Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏବିଭିପିର ପ୍ରତିଭା ସମ୍ମାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏବିଭିପିର ପ୍ରତିଭା ସମ୍ମାନ

ସାଲେପୁର: ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ବହୁଗ୍ରାମ ଶାଖା ପକ୍ଷରୁ ପ୍ରତିଭା ସମ୍ମାନ ୨୦୨୨ ସାଲେପୁରର ମହାଜନପୁରଠାରେ ଦୁଇ ଦିବସ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି । ସାଲେପୁର ଜୋନ୍ ଅନ୍ତର୍ଗତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଯୋଗୀତାମାନ ଅନୁଷ୍ଠିତ ହୋଇ ବିଭିନ୍ନ ବର୍ଗର କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉଦ୍ୟାପନୀ ଉସôବରେ ସିନର୍ଜି ଗ୍ରୁଫ୍ର ମୁଖ୍ୟ ବିନୋଦ ଦାଶ ମୁଖ୍ୟ ଅତିଥି ଭାବେ ଓ ଡ଼ଃ ଯୋଗଶଙ୍କର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ପ୍ରଥମ ଦିନ କ୍ରୀଡ଼ା ଉସôବକୁ ଓଡ଼ିଶା ଜିନ୍ନାଷ୍ଟିକ୍ ଆସୋସିଏସନ୍ର ଅଧ୍ୟକ୍ଷ ଅଶୋକ କୁମାର ସାହୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ସୌମ୍ୟରଂଜନ ମିଶ୍ର, ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପଦ୍ମିନୀ ବେହେରା ଯୋଗଦେଇଥିଲେ । ଉଦ୍ୟାପନୀର ପୂର୍ବାହ୍ନ ଉସôବରେ ଅନୁଷ୍ଠାନର ଉପସଭାପତି ତୁଷାରକାନ୍ତ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ମିଶ୍ର ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି ଭାବେ କବି ଚନ୍ଦ୍ରମଣି ଭୂୟାଁ, ବିଶ୍ୱରଂଜନ ନାଥ, ସରୋଜିନୀ ଦେବି, ରମାକାନ୍ତ ସାହୁ ଯୋଗଦେଇଥିଲେ । ଅନୁଷ୍ଠାନର ଉପଦେଷ୍ଟା ସୁନୀଲ ଦତ୍ତଙ୍କ ମୁଖ୍ୟ ପରିଚାଳନାରେ ଅନୁଷ୍ଠିତ ଉସôବରେ ରୁଦ୍ରକାନ୍ତ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply