ରାଜ୍ୟରେ ୧ଲକ୍ଷ ୫୭ହଜାର ୪୩୨ ଜଣ ବାଂଲାଦେଶୀ 

ଭୁବନେଶ୍ଵର:ରାଜ୍ୟରେ ୧ଲକ୍ଷ ୫୭ହଜାର ୪୩୨ ଜଣ ବାଂଲାଦେଶୀ ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ୧ଲକ୍ଷ ୫୭ହଜାର ୪୩୨ ଜଣ ବାଂଲାଦେଶୀ ରହିଛନ୍ତି। ସେଥୁରୁ ୬ଟି ଜିଲାରେ ୩୭୩୮ ଜଣ ବାଂଲାଦେଶୀ ବେଆଇନ ଭାବେ ରହିଛନ୍ତି। କେନ୍ଦ୍ରାପଡ଼ାରେ ୧୬୪୯, ଜଗତସିଂହପୁର ୧୧୧୨, ମାଲକାନଗିରି ୬୫୫, ଭଦ୍ରକ ୧୯୯, ନବରଙ୍ଗପୁର ୧୦୬ ଓ ଭୁବନେଶ୍ଵରରେ ୧୭ ଜଣ ବାଂଲାଦେଶୀ ନାଗରିକ ବେଆଇନ ଭଳି ରହୁଛନ୍ତି। ସେମାନଙ୍କ ତାଲିକା ପ୍ରସ୍ତୁତ ହେବା ପରେ ଓଡ଼ିଶା ଛାଡ଼ିବାକୁ ମହଲତ ଦିଆଯିବ। ପରେ ତାଙ୍କୁ ଓଡ଼ିଶାରୁ ବିଦା କରିବା ଲାଗି ପ୍ରକ୍ରିୟା ଆରମ୍ଭ ହେବ।

Leave a Reply