ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଓଡ଼ିଶାରୁ ତଡ଼ିପାରକୁ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚର ସ୍ଵତନ୍ତ୍ର କାର୍ଯ୍ୟବଳ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଓଡ଼ିଶାରୁ ତଡ଼ିପାର

ଭୁବନେଶ୍ଵର  : ପାକିସ୍ତାନୀ ନାଗରିକଙ୍କୁ ବିଦା ଭଳି ଭଳି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଓଡ଼ିଶାରୁ ତଡ଼ିପାର କରାଯିବ। ବେଆଇନ ଭାବେ ଓଡ଼ିଶାକୁ ଅନୁପ୍ରବେଶ କରି ରହୁଥ‌ିବା ବାଂଲାଦେଶୀଙ୍କୁ ହଟାଇବା ଲାଗି ବିଚାରବିମର୍ଶ ହୋଇଥିଲା। ସେମାନଙ୍କୁ ଓଡ଼ିଶାରୁ ହଟାଇବା ଲାଗି ସବୁଜ ସଙ୍କେତ ଦେଇଛନ୍ତି ରାଜ୍ୟ ସରକାର। ଏହାକୁ କାର୍ଯ୍ୟକାରୀ କରିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚର ସ୍ଵତନ୍ତ୍ର କାର୍ଯ୍ୟବଳ (ଏସ୍ଟିଟିଏଫ୍) । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରେ ରହୁଥ‌ିବା ବାଂଲାଦେଶୀଙ୍କୁ ହଟାଇବା ଲାଗି ଖସଡ଼ା ପ୍ରସ୍ତୁତ ହୋଇଛି। କମିସନରେଟ ପୁଲିସ ସହାୟତାରେ ବାଂଲାଦେଶୀ ରହୁଥ‌ିବା ବିଭିନ୍ନ ସ୍ଥାନରେ ଚଢ଼ଉ କରାଯିବ। ସନ୍ଦିଗ୍ଧ ବ୍ୟକ୍ତିଙ୍କ ପରିଚୟପତ୍ର ଯାଞ୍ଚ ସହ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯିବ । ବେଆଇନ ଅନୁପ୍ରବେଶକାରୀ ରହୁଥ‌ିବା ବାଂଲାଦେଶୀ ନାଗରିକଙ୍କୁ ବିଦା କରାଯିବ । ପରବର୍ତ୍ତୀ ସମୟରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ମାଲକାନଗିରି, ଭଦ୍ରକ, ନବରଙ୍ଗପୁର ଭଳି ଜିଲା ସହ ସାରା ରାଜ୍ୟରେ ଚଢ଼ଉ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *