ପାକିସ୍ତାନ ସପକ୍ଷରେ ସ୍ଲୋଗାନ; ଅଭିଯୁକ୍ତର ଆଗୁଆ ଜାମିନ ଆବେଦନ ଖାରଜ
କଟକ:ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବା ଜାମିନ ଖାରଜ ଅଭିଯୋଗରେ ରୁଜୁ ମାମଲାରେ ଅଭିଯୁକ୍ତର ଆଗୁଆ ଆବେଦନକୁ ହାଇକୋର୍ଟ କରିଛନ୍ତି। ସମ୍ବଲପୁର ଟାଉନ ଥାନାରେ ଏ ନେଇ ରୁଜୁ ମାମଲାରେ ଆଗୁଆ ଜାମିନ ଲୋଡ଼ି ମହମ୍ମଦ ବାହିଦ ଓରଫ ରାଜୁ ଦାୟର କରିଥିବା ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବା ଅଭିଯୋଗ ନେଇ ସମ୍ବଲପୁର ଟାଉନ ଥାନାରେ ଏତଲା ରୁଜୁ ହୋଇଥିଲା । ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକୁ ସରକାରଙ୍କ ତରଫରୁ ବିରୋଧ କରାଯାଇ ଦର୍ଶାଯାଇଥିଲା ଯେ ପହଲଗାମରେ ଆତଙ୍କବାଦୀଙ୍କ ଦ୍ବାରା ନିରୀହ ଲୋକଙ୍କ ପ୍ରାଣହାନୀ ଓ ଦେଶ ଯୁଦ୍ଧ ଭଳି ପରିସ୍ଥିତିର ସମ୍ମୁଖୀନ ହେଉଥିବା ବେଳେ ଆବେଦନକାରୀ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ଆବେଦନକାରୀ ଜଣକ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବା ଧର୍ତ୍ତବ୍ୟ ଅପରାଧ ଅଟେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୫୨ ଅନୁସାରେ ଏହା ଏକ ଦଣ୍ଡନୀୟ ଅପରାଧ । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି ।