ମଧ୍ୟପ୍ରାଚ୍ୟ ଗସ୍ତ ସମୟରେ ଟ୍ରମ୍ପ ଗତ ବୁଧବାର ଜଣେ ଆତଙ୍କବାଦୀ ସହିତ ହାତ ମିଳାଉଥିବା ଏବଂ ତା’ର ଢେର ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଅନେକେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଆମେରିକାର ଜିହାଦୀ ରୂପ ସାମ୍ନାକୁ ଆସିଥିଲା। ଏହାର ଆଉ ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି। ବର୍ତ୍ତମାନ ଆଉ ୨ ଜଣ ଆତଙ୍କୀଙ୍କୁ ଟ୍ରମ୍ପ ସିଧାସଳଖ ନିଜ ପ୍ରଶାସନରେ ସ୍ଥାନ ଦେଇଛନ୍ତି। ସେମାନଙ୍କୁ ହ୍ବାଉସ ଉପଦେଷ୍ଟା ବୋର୍ଡରେ ନିଯୁକ୍ତ କରିଛି ଟ୍ରମ୍ପ। ଏହି ଆତଙ୍କୀ ଦୁଇଜଣ ହେଉଛନ୍ତି ଇସମାଇଲ ରୋୟର ଏବଂ ଶେଖ୍ ହମଜା ୟୁସୁଫ। ଇସଲାମିକ ଜିହାଦୀ ସଂଗଠନ ସହିତ ଏମାନଙ୍କର ସିଧାସଳଖ ସମ୍ପର୍କ ରହିଥିବାବେଳେ ଟ୍ରମ୍ପ କିପରି ସେମାନଙ୍କୁ ନିଯୁକ୍ତି ଦେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି।
ଆମେରିକୀୟ ସାମ୍ବାଦିକ ଲାରା ଲୁମର କହିଛନ୍ତି ରୋୟରଙ୍କ ଅସଲ ନାମ ହେଉଛି ରେନଡେଲ ରୋୟର। ସେ ୧୯୯୨ ମସିହାରେ ଇସଲାମ ଧର୍ମ ଗ୍ରହଣ କରିଥିଲେ। ଆମେରିକାରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାରୁ ତାଙ୍କୁ ୨୦୦୪ରେ ୨୦ ବର୍ଷ ଜେଲ ଦଣ୍ଡାଦେଶ ମିଳିଥିଲା। ଆମେରିକା ବିରୋଧରେ ଯୁଦ୍ଧ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗରେ ତାଙ୍କୁ ଏହି ଦଣ୍ଡାଦେଶ ମିଳିଥିଲା। କିନ୍ତୁ ୧୩ ବର୍ଷ ପରେ ତାଙ୍କୁ ଜେଲରୁ ବାହାର କରିଦିଆଯାଇଥିଲା।୨୦୦୦ ମସିହାରେ ରୋୟର ପାକିସ୍ତାନ ଯାଇ ଲଶ୍କର ଆତଙ୍କୀ ସଂଗଠନରେ ଯୋଗଦେଇଥିଲା। ସେଠାରେ ସେ ପ୍ରଶିକ୍ଷଣ ବି ନେଇଥିଲା। ଏହା ପରେ କାଶ୍ମୀରରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସେ ଲିପ୍ତ ରହିଥିଲା।