ସେନା ଇଟାର ଜବାବ ପଥରରେ ଦେଇଛନ୍ତି: ଶାହ

ଗୁଜରାଟର ଗାନ୍ଧୀନଗରରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଶନିବାର ଦିନ ପାକିସ୍ତାନର ପରମାଣୁ ଆକ୍ରମଣ ଧମକକୁ ନେଇ କଡ଼ା ଜବାବ ଦେଇଛନ୍ତି। ଭାରତ ପରମାଣୁ ଧମକକୁ ଡରୁନି କହିଛନ୍ତି ଶାହ। ଶାହ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ବିକଶିତ କରିବା ଦିଗରେ କୌଣସି ଅବେହଳା କରିନାହାନ୍ତି। ଦେଶକୁ ସୁରକ୍ଷା ରଖିବାର କାର୍ଯ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ୨୦୧୪ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ହେଉଥିଲା। ଅନେକ ଷଡ଼ଯନ୍ତ୍ର ହୋଇଥିଲା। କିନ୍ତୁ କୌଣସି ଜବାବ ଦିଆଯାଉ ନ ଥିଲା। କିନ୍ତୁ ଏବେ ସେଭଳି ହେଉନାହିଁ। ଅପରେସନ ‘ସିନ୍ଦୂର’କୁ ନେଇ ଶାହ କହିଥିଲେ ସେନା ଇଟାର ଜବାବ ପଥରରେ ଦେଇଛି। ସେନା ଯୋଗୁ ଆମ ମଥା ଉଚ୍ଚା ହୋଇଛି। ଆମେ ପରମାଣୁ ଆକ୍ରମଣ ଧମକକୁ ଡରୁନାହୁଁ।

ଶାହ କହିଥିଲେ, ଆମେ ପାକିସ୍ତାନର ୧୦୦ କିଲୋମିଟର ଭିତରକୁ ଯାଇ ଜବାବ ଦେଇଛୁ। ଭାରତ ପାକିସ୍ତାନର ବିମାନଘାଟି ଧ୍ବଂସ କରିଛି। ଆମ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ମଜଭୁତ। ଆଜି ପାକିସ୍ତାନ ଭୟଭୀତ ଅବସ୍ଥାରେ ରହିଛି।

Leave a Reply

Your email address will not be published. Required fields are marked *