ବିଶ୍ବ ଜାଣିବ ବଦମାସ୍ ପାକିସ୍ତାନର ସତ

ବିଶ୍ବ ଜାଣିବ ବଦମାସ୍ ପାକିସ୍ତାନର ସତ । କେମିତି ପାକିସ୍ତାନରୁ ଆତଙ୍କୀସ୍ତାନ ବନିଗଲାଣି ଦେଶ ତାହା ଜାଣିବ ସାରା ବିଶ୍ବ । ଦେଶ ଭିତରେ ଆତଙ୍କବାଦୀଙ୍କୁ ପୋଷି କେମିତି ପାକିସ୍ତାନ ଭାରତ ବିରୋଧରେ ସେମାନଙ୍କୁ ମତାଉଛି ଆଉ ଆତଙ୍କୀ କେମିତି ଭାରତର ଲୋକଙ୍କୁ ହତ୍ୟା କରୁଛନ୍ତି ତାହା ଜାଣିବ ବିଶ୍ବର ବଡ଼ ବଡ଼ ଦେଶ । ଭାରତ-ପାକିସ୍ତାନ ବିବାଦ ସହ ଅପରେସନ ସିନ୍ଦୂର ସତ ଜାଣିବ ସମଗ୍ର ବିଶ୍ବ ।  ଏଣିକି ଖାଲି ଦୁଇ ଦେଶ ଭିତରେ ନୁହେଁ ପୂରା ବିଶ୍ବ ସ୍ତରରେ ପାକିସ୍ତାନକୁ ଘେରିବ ଭାରତ । ଆରମ୍ଭ ହେଲା ପାକିସ୍ତାନ ଉପରେ ପୁନଶ୍ଚ କୂଟନୈତିକ ପ୍ରହାର କରିବାର ପ୍ରକ୍ରିୟା । ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ବାର୍ତ୍ତା ନେଇ ସାରା ବିଶ୍ବ ବୁଲିବେ ଭାରତର ସାଂସଦ । ଆତଙ୍କବାଦ ବିରୋଧୀ ବାର୍ତ୍ତା ବାଣ୍ଟିବା ନେଇ ଗଠନ ହେଲା ସର୍ବଦଳୀୟ ପ୍ରତିନିଧି ଦଳ । ବିଶ୍ବ ସମୁଦାୟ ଆଗରେ ପାକିସ୍ତାନର ଅସଲ ମୁଖା ଖୋଲିବାକୁ ଗଠନ ହେଲା ଦଳ  । ଏହି ଦଳର ସଦସ୍ୟମାନେ ପାକିସ୍ତାନର ଆତଙ୍କୀ ପ୍ରୀତି ସହ ଅପରେସନ ସିନ୍ଦୂର ବାବଦରେ ବିଶ୍ବର ବଡ ବଡ ଦେଶକୁ ଗସ୍ତ କରି ବଖାଣିବେ ା

ତେବେ ବିଦେଶ ଗସ୍ତ ପାଇଁ ୭ଟି ସର୍ବଦଳୀୟ ପ୍ରତିନିଧି ଦଳ ଗଠନ ହୋଇଛି । ପ୍ରତି ଦଳର ନେତୃତ୍ବ ନେବେ ୭ ଜଣ ବରିଷ୍ଠ ସାଂସଦ । ତେବେ କଂଗ୍ରେସର ଶଶୀ ଥରୁର, ବିଜେପିର ରବି ଶଙ୍କର ପ୍ରସାଦ ଏବଂ ବୈଜୟନ୍ତ ପଣ୍ଡା, ଜେଡିୟୁର ସଞ୍ଜୟ କୁମାର ଝା, ଡିଏମକେର କାନିମୋଝୀ କରଣାନିଧି, ଏନସିପିର ସୁପ୍ରିୟା ସୋଲେ ଏବଂ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେ ପ୍ରତି ଦଳର ନେତୃତ୍ବ ନେବା ନେବେ ।

Leave a Reply