ସାହିତ୍ୟ ପରିଷଦ ପକ୍ଷରୁ ଭୀମଭୋଇ ଜୟନ୍ତୀ ପାଳିତ

ସାହିତ୍ୟ ପରିଷଦ ପକ୍ଷରୁ ଭୀମଭୋଇ ଜୟନ୍ତୀ ପାଳିତ

ଢେଙ୍କାନାଳ: ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀସ୍ଥିତ ଭାରତ ମାତା ସଦନର ସଂସ୍କୃତି ଭବନ ପରିସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଢେଙ୍କାନାଳ ଜିଲ୍ଲା ଶାଖା ତରଫରୁ ସନ୍ଥକବି ଭୀମଭୋଇ ଜୟନ୍ତୀ ଅନୁଷ୍ଠାନର ଜିଲ୍ଲା ସଭାପତି ଡଃ. ଦୁର୍ଗାମାଧବ ପୃଷ୍ଟିଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଅନୁଷ୍ଠାନର ସାଧାରଣ ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ଅନୁଷ୍ଠାନର କାର୍ଯ୍ୟଧାରା, ଭୀମଭୋଇଙ୍କ ସାହିତ୍ୟ କୃତି ଓ ତାଙ୍କ ଜୟନ୍ତୀ ପାଳନର ଆବଶ୍ୟକତା ଉପରେ ସୂଚନା ଦେବା ପରେ ଉପସ୍ଥିତ ନମନ୍ତ୍ରୀତ ଅତିଥି ଓ କର୍ମକର୍ତ୍ତାମାନେ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରି ଭୀମଭୋଇଙ୍କ ସାହିତ୍ୟକୃତି ବିଶ୍ୱରେ ବିରଳ ବୋଲି ମତବ୍ୟକ୍ତ କରିଥିଲେ । ସଭାପତି ଡଃ. ଦୁର୍ଗାମାଧବ ପୃଷ୍ଟି ଭୀମ ଭୋଇଙ୍କ ସ୍ତୁତି ଚିନ୍ତାମଣି ଓ ଅନ୍ୟାନ୍ୟ ପୁସ୍ତକ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏଥିରେ ମହିମା ଧର୍ମ ଓ ଭୀମଭୋଇ ସମ୍ପର୍କିତ କବିତା ପାଠ କରାଯାଇଥିଲା । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡଃ. ପ୍ରମୋଦ ପରିଡା, ଜିଲ୍ଲା ଉପସଭାନେତ୍ରୀ ପ୍ରଭାତୀ ମହାପାତ୍ର, ନଗର କମିଟି ସଭାନେତ୍ରୀ ଡ. କବିତା ମହାନ୍ତି, ଗଁଦିଆ ବ୍ଲକ୍ ସଭାପତି ଡ. ସମୀର ସାହୁ, ଛଦେଶ ସାହିତ୍ୟ ସଂସଦର ସଭାପତି ନୀଳମଣି ମହାରଣା, ଛଦେଶ ସାହିତ୍ୟ ସଂସଦର ସାଧାରଣ ସଂପାଦକ ଇଂ. ଫକୀର ମୋହନ ସାହୁ, ଅବସରପ୍ରାପ୍ତ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଡ. ପ୍ରମୋଦ ନାୟକ, ନଗର କମିଟି ସାଧାରଣ ସଂପାଦିକା ନିବେଦିତା ରଥ, ଅଧ୍ୟାପକ କ୍ଷୀରୋଦ କୁମାର ନାୟକ, ସଭ୍ୟ ବ୍ରହ୍ମାନନ୍ଦ ବାରିକ, ସଭ୍ୟ ଦୁର୍ଗାଚରଣ ରାଉତ, ଜିଲ୍ଲା ସର୍ବୋଦୟ ମଣ୍ଡଳର ଯୁଗ୍ମ ସଂପାଦକ ଲଳିତ ମୋହନ ବେହେରା, ସଭ୍ୟ ରାଜେଶ କୁମାର ବେହେରା ଓ ମାତା ରାମ ଗାଗାରାଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଜିଲ୍ଲା ଉପସଭାନେତ୍ରୀ ପ୍ରଭାତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *