ଜାଲିରେ ଧର୍ମାନ୍ତରୀକରଣକୁ ୮ ଧର୍ମ ପ୍ରଚାରକ ଅଟକ
ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ଜାଲି ଗ୍ରାମରେ ଧର୍ମାନ୍ତରୀକରଣକୁ ନେଇ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାରେ ପୁଲିସ ୮ ଜଣଙ୍କୁ ଅଟକ ରଖୁଛି। ଏପିଲ 6 ତାରିଖ ଦିନ ପବିତ୍ର ଶ୍ରୀରାମ ନବମୀରେ କିଛି ଧର୍ମପ୍ରଚାରକ କଲି ଗ୍ରାମକୁ ଆସି ଡାକବଜି ଯନ୍ତ୍ରରେ ଅନ୍ୟ ଧର୍ମର ନିନ୍ଦା କରୁଥିଲେ । ଗ୍ରାମବାସୀଙ୍କ ବାରଣ ସତ୍ତ୍ଵେ ମଧ୍ଯ ଧର୍ମ ପ୍ରଚାରକାରୀ ମାନେ ନିନ୍ଦା ଜାରି ରଖୁବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଉକ୍ତ ବ୍ୟକ୍ତି ମାନଙ୍କୁ ଅଟକ ରଖ୍ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ବାରିଆ ପୁଲିସ ପହଞ୍ଚି ପ୍ରଚାର କରାଯାଉଥିବା ଅଟୋ ଓ ଡାକବାଜି ଯନ୍ତ୍ରକୁ ଜବତ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଦୁଇଜଣ ଧର୍ମ ପ୍ରଚାରକ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିବାବେଳେ
ଅନ୍ୟ ୮ ଜଣକୁ ଧରି ପୁଲିସ ଜିମା ଦେଇଛନ୍ତି ଗ୍ରାମବାସୀ। ଜାଲି ଗ୍ରାମ ବେହେରା ସାହିର ରାଜୀବ ଲୋଚନ ବେହେରା ଓ ସ୍ତ୍ରୀ ବବିତା ବେହେରା, ଟାଙ୍ଗରପଡା ଗ୍ରାମର ହେମଲତା ମୁଣ୍ଡା, ସୁଷମା ମୁଣ୍ଡା, ପାଟଣା ଥାନା ଅନ୍ତର୍ଗତ ତେଲି ଟାଙ୍ଗରପଡା ଗ୍ରାମର ଜୟସିଂ ସିଙ୍କୁ ଓ ସ୍ତ୍ରୀ ଜେମା ସିଙ୍କୁ, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ସାରଙ୍ଗଗଡ଼ ଗ୍ରାମର ମଧୁ ଚାତାର, ରରୁଆଁ ଥାନା ଅନ୍ତର୍ଗତ ରାଜାବସା ଗ୍ରାମର ମଙ୍ଗଳୁ ଗାଗରାଇ, କେନ୍ଦୁଝର ରାଇସୁଆଁ ଥାନା ଅନ୍ତର୍ଗତ ମଇଦାନକେଲ ଗ୍ରାମର ବିନତି ବେହେରା ଧର୍ମାନ୍ତରୀକରଣ ସହ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଭଙ୍ଗ କରିବାକୁ ଯୋଜନା କରୁଥିବା ନେଇ ବାରିଆ ଥାନାରେ ଅଭିଯୋଗ ହୋଇଛି।