ଯୋଜନାବଦ୍ଧ ଧର୍ମାନ୍ତରୀକରଣ ନିମନ୍ତେ ସତର୍କ ରହିବା ଜରୁରୀ
ଥିରୁଅନନ୍ତପୁରମ୍ ୨/୩: ଦେଶରେ ଯୋଜନାବଦ୍ଧ ଭାବେ ଚାଲୁଥିବା ଧର୍ମାନ୍ତରୀକରଣ ନିମନ୍ତେ ଆମେ ସମସ୍ତେ ସତର୍କ ରହିବା ଜରୁରୀ ବୋଲି ଥିରୁଅନନ୍ତପୁରମ୍ ଠାରେ ଭାରତୀୟ ବିଚାର କେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ୪ର୍ଥ ପି ପରମେଶ୍ୱରନ୍ ସ୍ମାରକୀ ବକ୍ତୃତାରେ ଅତିଥି ଭାବେ ଯୋଗ ଦେଇ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମତ ଦେଇଛନ୍ତି। ଧନଖଡ଼ କହିଛନ୍ତି, ଜନସଂଖ୍ୟାର ବିବର୍ତ୍ତନ ଜୈବିକ, ପ୍ରାକୃତିକ ଓ ସଦ୍ଭାବନାପୂର୍ଣ୍ଣ ଭାବେ ହେବା ଉଚିତ। ଯଦି ଅଜୈବିକ ଭାବେ ହୁଏ ତେବେ ଆମେ ନିଶ୍ଚିତ ଭାବେ ସତର୍କ ହେବାକୁ ପଡ଼ିବ। ଜନସଂଖ୍ୟା ପ୍ରସଙ୍ଗକୁ ସଂଖ୍ୟାଗରିଷ୍ଠ ବୋଲି ଗ୍ରହଣ କରିବା ଭ୍ରମାତ୍ମକ ା ଜନସଂଖ୍ୟାର ଜୈବିକ ବିବର୍ତ୍ତନ ଦ୍ବାରା କେବଳ ଏକତା ଓ ବିଭିନ୍ନତା ପରିପ୍ରକାଶ ପାଇପାରିବ ଦେଶରେ ପ୍ରଲୋଭନ ଆଦି ଦ୍ବାରା ବଦ୍ଧିତ ଧର୍ମାନ୍ତରୀକରଣ ସମ୍ପର୍କରେ ଆଲୋଚନା କରି ଉପରାଷ୍ଟ୍ରପତି କହିଛନ୍ତି ଯେ ପ୍ରଲୋଭନ, ଆବେଗ, ଦାରିଦ୍ର୍ୟର ସୁଯୋଗରେ ସହାୟତା ଯୋଗାଇ ଧର୍ମ ପରିବର୍ତ୍ତନ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି | ଲୋକଙ୍କ ଦୁଃଖକଷ୍ଟ ସମୟରେ ଧର୍ମାନ୍ତରୀକରଣ କରାଯିବା ଅସହନୀୟ । ଧର୍ମ ଚୟନ କରିବା ସାମ୍ବିଧାନିକ ଅଧିକାର, ଏହା ଆମର ସଭ୍ୟତା ସଂସ୍କୃତି ମଧ୍ୟ ା କିନ୍ତୁ ଏହି ଅଧିକାରର ଜାଲିଆତି କରିବାକୁ କଦାପି ସହ୍ୟ କରାଯିବନାହିଁ ବୋଲି ଉପରାଷ୍ଟ୍ରପତି ଧନଖଡ଼ କହିଛନ୍ତି।