Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶିବରାତ୍ରିରେ ଠାବ ହେଲା ଶିବଲିଙ୍ଗ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶିବରାତ୍ରିରେ ଠାବ ହେଲା ଶିବଲିଙ୍ଗ

ଶିବରାତ୍ରିରେ ଠାବ ହେଲା ଶିବଲିଙ୍ଗ-ଦେଖିବାକୁ ଭକ୍ତଙ୍କ ଭିଡ଼
ଲାଞ୍ଜିଗଡ଼, ଲାଞ୍ଜିଗଡ଼ ନିକଟସ୍ଥ ଟୁରିଗୁଡ଼ା ଗାଁ ନିକଟ ନଦୀରେ ବୁଧବାର ଶିବରାତ୍ରି ଦିନ ଏକ ବିରାଟ ଶିବଲିଙ୍ଗ ଆବିର୍ଭାବ ହୋଇଥିବା ପ୍ରଚାର ହେବା ପରେ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଲାଗିରହିଛି । ସୂଚନାନୁସାରେ, ଟୁରିଗୁଡ଼ା ଗାଁ ନିକଟ ଧାନକୁପା ପାହାଡ଼ ପାଦଦେଶରେ ଥିବା ରାଣୀଚୁଆଁ ନଦୀରେ ଶିବରାତ୍ରି ଦିନ ଏକ ବିରାଟ ଶିବଲିଙ୍ଗ ଆବିର୍ଭାବ ହୋଇଥିବା ପ୍ରଚାର ହୋଇଥିଲା। ସମାଜସେବୀ ବିନୋଦ ଗୌଡ଼ଙ୍କ ସୂଚନା ଆଧାରରେ ସକାଳୁ ଗ୍ରାମର କିଛି ବ୍ୟକ୍ତି ସେଠାକୁ ଯାଇଥିଲେ ନଦୀକୂଳରେ ଡାଳପତ୍ର ଢାଙ୍କି ହୋଇ ଏକ ବିରାଟ ଶିବଲିଙ୍ଗ ସଦୃଶ ଆକୃତିର ପଥର ଥିବା ଠାବ କରିଥିଲେ। ପରେ ସେଠାରେ ପୂଜାର୍ଚ୍ଚନା ପୂଜାର୍ଚ୍ଚନା ଆରମ୍ଭ କରିଥିଲେ।

Leave a Reply