Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହାକୁମ୍ଭରେ ୩ ଲକ୍ଷ କୋଟି କାରବାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହାକୁମ୍ଭରେ ୩ ଲକ୍ଷ କୋଟି କାରବାର

ମହାକୁମ୍ଭରେ ୩ ଲକ୍ଷ କୋଟି କାରବାର
ନୂଆଦିଲ୍ଲୀ: ୟୁପି ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ଯାହା ଘଟିଗଲା, ତାହା ଅଲୌକିକ-ଅପୂର୍ବ ଆଉ ଅପାସୋରା। ଏଠାରେ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭ ମେଳା ୨୦୨୫ ଶେଷ ହୋଇଛି। ମହାକୁମ୍ଭର ଅପୂର୍ବ ଝଲକ ବନିଥିବା ବିଶ୍ୱବାସୀ ବି ଚକିତ। ଏହା ସବୁଦିନ ପାଇଁ ଅଭୁଲା ରହିବ। ଭକ୍ତି ସହ ଆୟର ମଧ୍ଯ ହୋଇଥିଲା ବଡ଼ ମାଧ୍ୟମ। ୪୫ ଦିନରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କା କାରବାର ହୋଇଥିବା ଆକଳନ କରାଯାଇଛି । ୨୦୧୩ କୁମ୍ଭରେ ମେଳରେ ୧୨ ହଜାର କେଟି ଟଙ୍କାର କାରବାର ହୋଇଥିଲା ବେଳେ ୨୦୧୯ର ୧.୨ ଲକ୍ଷ କୋଟି ଟଙ୍କା କାରବାର ହୋଇଥିଲା। ୨୦୨୫ ମେଳା ସବୁ ଚେକର୍ଡ ଭାଙ୍ଗିଦେଇଛି । ସରକାରଙ୍କ ପକ୍ଷରୁ ଏଥିରେ ୫ ହଜାର କୋଟି ଟଙ୍କା ନିବେଶ ହୋଇଥିଲା ।
୨୦୨୫ ମହାକୁମ୍ଭ ମେଳା ୟୁପି ଅର୍ଥନୀତି ପାଇଁ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇଛି। ଏହା ଦେଶର ସର୍ବବୃହତ୍ ଅର୍ଥନୈତିକ କାର୍ଯ୍ୟକ୍ରମ ବିବେଚିତ ହୋଇଛି। ରାଜ୍ୟ ଅର୍ଥନୀତିରେ ଏହା ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ଯୋଡ଼ିବାରେ ସମର୍ଥ ହୋଇଛି। ମହାକୁମ୍ଭର ଆୟୋଜନ ପାଇଁ ରାଜ୍ୟ ସରକାର ୭୫ ଶହ କେଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ୪୫ ଗୁଣା ଲାଭ ହୋଇଛି। ଏଫ୍ଏମ୍‌ ସିଜି, ଫିକ୍ ଓ ଟେକ୍ ଷ୍ଟାର୍ଟ- ଅପ୍ ଭଳି ବ୍ୟବସାୟ କ୍ଷେତ୍ରର ସଂସ୍ଥା କୁମ୍ଭମେଳାରେ ନିବେଶ କରି ଲାଭାନ୍ବିତ ହୋଇଛନ୍ତି। ) ୟୁପି ଅର୍ଥନୀତିକୁ ୩ ଲକ୍ଷ କୋଟି ଟଙ୍କା ମିଳିବା ପରେ ଏହା ୧ ଟ୍ରିଲିୟନ ଡଲାର ଅଭିମୂଖେ ଅଗ୍ରସର ହୋଇଛି। ମହାକୁମ୍ଭରେ ପରିସରରେ ୧୬ଟି ବ୍ୟାଙ୍କ ୪୦ରୁ ଅଧିକ ଶାଖା ଖୋଲିଥିଲେ । ୪୫ ଦିନରେ ଏସବୁ ଶାଖାରେ ୩୭ କେଟି ଟଙ୍କାରୁ ଅଧିକ ନଗଦ ଜମା ହୋଇଛି । ମହାକୁମ୍ଭରେ ଯାତ୍ରୀଙ୍କ ଯାତାୟାତ ପାଇଁ ରେଳବାଇ ପକ୍ଷରୁ ୧୭ ହଜାରରୁ ଅଧିକ ଟ୍ରେନ ଚଳାଚଳ କରିଥିଲା । ଏଥିପାଇଁ ୫ ହଜାର କୋଟି ଟଙ୍କା ବ୍ୟୟ ବରାଦ କରି ବିଭାଗ ପକ୍ଷରୁ ଭିତିଭୂମି ପ୍ରସ୍ତୁତ କରଯାଇଥିଲା । ସେହିପରି ଶୁଦ୍ଧାଳୁଙ୍କୁ ନେଇ ପ୍ରୟାଗରାଜ ବିମାନବନ୍ଦରରେ ୨୧୫୮ଟି ଫ୍ଲାଇଟ ୪୫ ଦିନରେ ଅବତରଣ କରିଥିବା ବେଳେ ଭିଆଇପିଙ୍କୁ ନେଇ ୧୦୦ରୁ ଅଧିକ ଜେଟ ପହିଥିଲା । କେବଳ ଫେବୃଆରୀ 21 ତାରିଖରେ ୨୩୬ଟି ଫ୍ଲାଇଟ ସହଞ୍ଚିଥିଲା ।

କୌଣସି ଉତ୍ସବରେ ଏତେବଡ଼ ଜନସମାଗମ କେବେ ଦେଖିବାକୁ ମିଳିନାହିଁ । ଆଉ ଏକ ରେକର୍ଡ ହେଉଛି ହାତ ତିଆରି ପେଣ୍ଟିଙ୍ଗ୍ (ଚିତ୍ର)। 10 ହଜାରରୁ ଅଧିକ ଲୋକ ସାମିଲ ହୋଇ ଏହାକୁ ବନାଇ ଥିଲେ। ଏହି ଚିତ୍ରର ଲମ୍ବ ୮୦ ଫୁଟ ଏବଂ ଓସାର ୫ ଫୁଟ ତଳିଥିଲା । ଏହି କଳାକୃତି ଏକତା, ସଦଭାବ ଓ ସାମୂହିକ ଉତ୍ସାହର ଝଲକ ସାଜିଛି । ଗିନିଜ ୱାର୍ଲଡ ରେକର୍ଡ ସଂସ୍ଥାର ଅଧିକାରୀମାନେ ଏହି କାର୍ଯ୍ୟର ଯାଞ୍ଚ କରି ଏହାକୁ ବିଶ୍ବ ରେକର୍ଡ ଆଖ୍ୟା ଦେଇଛତି। 2019ରେ ଅନୁଷ୍ଠିତ କୁମ୍ଭମେଳାରେ 7,660 ଲୋକ ସାମିଲ ହୋଇ ଚିତ୍ର ବନାଇଥିଲେ ।
ଆଉ ଏକ ଉଦ୍ୟମକ୍ରମେ ୧୫ ହଜାର ସଫେଇ କର୍ମୀ ମେଳା ସ୍ଥଳରେ ସ୍ବଚ୍ଛତା ଅଭିଯାନ ଚଳାଇଥିଲେ । ଗିନିଜ ୱାର୍ଲଡ ରେକର୍ଡର ଜଜ୍ ଋଷି ନାଥ ଓ ଟିମ୍ ଏହି ଅବସରରେ ଉପସ୍ଥିତ ରହି କର୍ମୀମାନଙ୍କର ସ୍ବଚ୍ଛତା ଦେଖିଥିଲେ । ଏହା ମଧ୍ୟ ୨୦୧୯ ମେଳାର ରେକର୍ଡ ଭାଙ୍ଗି ଦେଇଛି ।

୩୦୦ ସଫଲ କର୍ମୀ ସାମିଲ ହୋଇ ନଦୀ ସଫେଇ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହା ମଧ୍ୟ ବିଶ୍ବର ପ୍ରଥମ ଗିନିଜି ରେକର୍ଡ ହାସଲ କରିଛି । ଗଙ୍ଗା ନଦୀର ବିଭିନ୍ନ ସ୍ଥାନରେ ଏହି ଅଭିଯାନ ଚାଲିଥିଲା।

ପରିବେଶ ଅନୁକୂଳ ପାରିବହନ ଲାଗି 1 ହଜାର ଇ-ଯାନ ବ୍ୟବହାର କରାଯାଇଥିଲା । ଏହା ମଧ୍ୟ ପୂର୍ବର ‘ପରିବେଶ ଅନୁକୂଳ ଯାତାୟତ କ୍ଷେତ୍ରରେ ନୂଆ ରେକର୍ଡ ହାସଲ କରିଛି ।
ରାଜ୍ୟ ସରକାରଙ୍କ ସୂଚନା ମୁତାବକ, ୧୪ ନୂଆ ଫ୍ଲାଓଭର, ୫ଟି ଅଣ୍ଡରପାସ୍‌, ୨୦୦ରୁ ଅଧିକ ପ୍ରଶସ୍ତ ସଡ଼କ, ନୂଆ କରିଡର ଏବଂ ସମ୍ପ୍ରସାରିତ ରେଳ ଷ୍ଟେସନ ଓ ଆଧୁନିକ ଏହାପୋର୍ଟ ଟମିନାଲ ପାଇଁ ୭,୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । କେବିକ ମହାକୁମ୍ଭ ମେଳା ଆୟୋଜନ ଲାଗି ଅତିରିକ୍ତ ୧,୫୦୦ କୋଟି ଟଙ୍କା ଖର୍ଚ ବରାଦ ରହିଥିଲା ।

ବିଶ୍ବ ଦେଖିଲା ଧର୍ମ, ସଂସ୍କୃତି, ପରମ୍ପରାର ଅପୂର୍ବ ଝଲକ ଅଭୂଲା ରହିବ ମହାକୁମ୍ଭ ୨୦୨୫। ବୁଡ଼ ପକାଇଲେ ୬୬ କୋଟି ଶ୍ରଦ୍ଧାଳୁ, ୩୦ ଲକ୍ଷ ବିଦେଶୀ ♦ ସହଜ ନ ଥିଲା ଏତେ ବଡ଼ ଆୟୋଜନ: ମୋଦି। ସଫେଇ କର୍ମୀଙ୍କ ସହ ଯୋଗୀଙ୍କ ଭୋଜନ♦ ୨୦୩୭ ମହାକୁମ୍ଭକୁ ଅପେକ୍ଷା,୨୦୨୭ରେ ନାସିକ, ୨୦୩୩ରେ ହରିଦ୍ଵାର କୁମ୍ଭ

Leave a Reply