Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାଣି ପାଇଁ କାନ୍ଦିବ ପାକିସ୍ତାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାଣି ପାଇଁ କାନ୍ଦିବ ପାକିସ୍ତାନ

ନୂଆଦିଲ୍ଲୀ: ବର୍ଷ ଆରମ୍ଭରୁ ପାକିସ୍ତାନକୁ ଏକ ନୋଟିସ ଜାରି କରିଛି ଭାରତ । ସିନ୍ଧୁ ଜଳ ସନ୍ଧିର ସଂଶୋଧନକୁ ନେଇ ଏହି ନୋଟିସ ଜାରି କରିଛି ଭାରତ । ତେବେ ୬୨ ବର୍ଷର ଇତିହାସ ଭିତରେ ଏହା ପ୍ରଥମ ଥର ଘଟିଛି, ଯେଉଁଠି ଭାରତ ସିନ୍ଧୁ ଜଳ ଚୁକ୍ତିରେ ସଂଶୋଧନ ପାଇଁ ଅପିଲ କରିଛି । ତେବେ ଏହି ନୋଟିସର ପ୍ରାୟ ୪ ମାସ ପରେ ପାକିସ୍ତାନ ପକ୍ଷରୁ ମିଳିଛି ଏହାର ଉ ର । ପାକିସ୍ତାନର ବିଦେଶୀ ମନ୍ତ୍ରାଳୟ ପ୍ରବକ୍ତା ଏ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ମୁମତାଜ ଜହରା ବଲୋଚ କହିଛନ୍ତି ଯେ, ଭାରତର ସିନ୍ଧୁ ଜଳ ସନ୍ଧି ସଂଶୋଧନକୁ ନେଇ ଦିଆଯାଇଥିବା ନୋଟିସର ପ୍ରତିକ୍ରିୟା ରଖିଛି ପାକିସ୍ତାନ । ସ୍ୱଚ୍ଛ ମନୋଭାବରେ ଏହି ସନ୍ଧିକୁ ଲାଗୁ କରିବା ସହ ନିଜ ଜଳ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପାକିସ୍ତାନ ପ୍ରତିବଦ୍ଧ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ପାକିସ୍ତାନର ଉ ର ବିଷୟରେ ପଚରାଯିବାରୁ ସେ କିଛି କହି ପାରିବେ ନାହିଁ ବୋଲି କହିଛନ୍ତି । ବଲୋଚ କହିଛନ୍ତି ଯେ, ଯୋଗାଯୋଗର ବିଭିନ୍ନ ମାଧ୍ୟମ ଦ୍ୱାରା ଭାରତର ଏହି ନୋଟିସର ଉ ର ଦେଇଛି ପାକିସ୍ତାନ । ଭାରତୀୟ ସମୀକ୍ଷକଙ୍କୁ ଏହି ନୋଟିସ ପଠାଇଛନ୍ତି ପାକିସ୍ତାନ କମିଶନର । ସିନ୍ଧୁ ଜଳ ସନ୍ଧି ଅନୁସାରେ, ସିନ୍ଧୁ ଘାଟୀର ପୂର୍ବ ନଦୀଗୁଡିକ ଉପରେ ଭାରତର ଅଧିକାର ଥିବା ବେଳେ ପଶ୍ଚିମ ନଦୀଗୁଡିକରେ ରହିଛି ପାକିସ୍ତାନର ଅଧିକାର ରହିଛି । କିନ୍ତୁ କିଛି ସ ର୍କୁ ନଜରରେ ରଖି ରନ୍ ଅଫ ଦ ରିଭର ପରିଯୋଜନା ଦ୍ୱାରା ପନବିଜୁଳୀ ଉତ୍ପନ୍ନ କରିବା ପାଇଁ ଅନୁମତି ଦିଆଯାଇଛି । ଯାହାକୁ ବିରୋଧ କରିଥିଲା ପାକିସ୍ତାନ, ଏବଂ ଯା କରିବା ପାଇଁ ବିଶେଷଜ୍ଞ ନିଯୁକ୍ତି ପାଇଁ ଦାବି କରିଥିଲା । ତେବେ ୨୦୧୬ରେ ଏହି ଦାବିକୁ ଫେରାଇ ନେଇ ମଧ୍ୟସ୍ଥ ଅଦାଲତରେ ଦାବି କରିଥିଲା ପାକିସ୍ତାନ । ତେବେ ଏହାକୁ ଆଧାର କରି ଚୁକ୍ତିରେ ସଂଶୋଧନ କରିବା ପାଇଁ ଅପିଲ କରିବା ସହ ପାକିସ୍ତାନକୁ ନୋଟିସ ଜାରି କରିଥିଲା ଭାରତ ।

Leave a Reply